jsm

ଆଠ ମାସ ହେଲା ବ୍ଲକ ଓ ଏନ୍ଏସିରେ ଉନ୍ନତିମୂଳକ କାମ ଠପ୍ : ଧାରଣାରେ ସମିତି ସଭ୍ୟସଭ୍ୟା ଓ କାଉନସିଲର

csstore

ପାଟଣାଗଡ : ପାଟଣାଗଡ ବ୍ଲକ ଏବଂ ଏନ୍ଏସିରେ ଆଠ ମାସ ହେଲା ଉନ୍ନୟନମୂଳକ କାମ ଠପ୍ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ୨୨ ଜଣ ସମିତି ସଭ୍ୟସଭ୍ୟା ଏବଂ ଏନ୍ଏସି କାର୍ଯ୍ୟଳୟ ସମ୍ମୁଖରେ ୧୧ ଜଣ କାଉନସିଲର ଧାରଣା ଦେଇଛନ୍ତି । ଜନ ପ୍ରତିନିଧି ମାନଙ୍କୁ ବ୍ଲକ ଏବଂ ଏନ୍ଏସି ପ୍ରଶାସନ ଅଣଦେଖା ସହ ପାତର ଅନ୍ତର କରୁଥିବା ନେଇ ଧାରଣାରତ ସମିତି ସଭ୍ୟସଭ୍ୟା ଏବଂ କାଉନସିଲର ମାନେ ବ୍ଲକ ଏବଂ ଏନ୍ ଏ ର ସମସ୍ତ ବିଭାଗ କାର୍ଯ୍ୟ କରାଇ ଦେଇନଥିବା ଜଣାପଡିଛି । ପାଟଣାଗଡ ବ୍ଲକ ଏବଂ ଏନ୍ଏସିର ଜନସାଧାରଣଙ୍କ ସାମୁହିକ ଉନ୍ନତି ପାଇଁ ପ୍ରଶାସନ ଓ ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁଁ ବ୍ଲକ ଓ ଏନ୍ଏସି ଅଞ୍ଚଳରେ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାମ ଠପ୍ ହୋଇରହିଛି । ସମସ୍ୟାର ସମାଧାନ ପାଇଁ ବିଡ଼ିଓ, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଶିବିରରେ ବାରମ୍ବାର ଅଭିଯୋଗ ସତ୍ତ୍ଵେ କେହି କର୍ଣ୍ଣପାତ କରୁନଥିଲେ । ପରିଶେଷରେ ସେମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଏହି ଧାରଣାରେ ବ୍ଲକ ସମ୍ମୁଖରେ ଉପାଧ୍ୟକ୍ଷ ଲକ୍ଷ୍ମୀ ମାଝୀ, ସମିତି ସଭ୍ୟ ସଂଘ ସଭାପତି ଗୋବିନ୍ଦ ମେହେର ଫଟାମୁଣ୍ଡା ସମିତି ସଭ୍ୟ ଜୟନ୍ତ କୁମ୍ଭାରଙ୍କ ସମେତ ୨୨ ଜଣ ସମିତି ସଭ୍ୟ ସଭ୍ୟା ବସିଥିବା ବେଳେ ଏନ୍‌ଏସି ପରିସରରେ ଏନ୍ଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଳଙ୍କ ସମେତ ୧୧ କାଉନସିଲର ଧାରଣା ଦେଇଛନ୍ତି । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରୀ ରଖିବ ବୋଲି ଧାରଣାରତ ପକ୍ଷରୁ ଚେତାବନୀ ଦିଆଯାଇଛି ।

yuvodaya
Leave A Reply

Your email address will not be published.