ଦେଓଗାଁ ବ୍ଲକ ସ୍ତରୀୟ କର୍ମଶାଳା ନିଶା ନୁହେଁ ଜୀବନ ଉଦଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ତୁଷୁରା ଅବକାରୀ ବିଭାଗ ପକ୍ଷରୁ ନିଶା ନୁହେ ଜୀବନ ଶିର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଦେଓଗାଁ ବ୍ଲକର ବିଭିନ୍ନ ହାଇସ୍କୁଲରୁ ୬୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ନିଶା ନୁହେଁ ଜୀବନ ଶିର୍ଷକ ପ୍ରବନ୍ଧ ଓ ବକୃକ୍ତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତାରେ ବିଭିନ୍ନ ସ୍କୁଲ ୬୦ଜଣ ଛାତ୍ର, ଛାତ୍ରୀ ଭାଗ ନେଇଥିଲେ । ବିଚାରକ ଭାବେ ବଡ଼ବନ୍ଧ ହାଇସ୍କଲର ପ୍ରଧାନ ଶିକ୍ଷକ ନବୀନ ମେହେର, ବଗଡ଼ା ହାଇସ୍କଲର ପ୍ରଧାନ ଶିକ୍ଷକ ଅଶୋକ ପଧାନ, ଦେଓଗାଁ ବାଳିକା ହାଇସ୍କୁଲ ପ୍ରଧାନ ଶକ୍ଷୟତ୍ରୀ ପୁଷ୍ପାଞ୍ଜଳୀ ଗୁରୁ, ସତ୍ୟବାଦୀ ହାଇସ୍କୁଲ ଧଣ୍ଡାମାଲର ପ୍ରଧାନ ଶିକ୍ଷକ କଣ୍ଡୁରୀ ରାଉତ, ଗୌଡ଼ଗୋଠ ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରେମରାଜ ପଧାନ ଓ ଶ୍ରୀକାନ୍ତ ପଧାନ ଦାୟିତ୍ୱ ତୁଲାଇଥିଲେ । ଦେଓଗାଁ ହାଇସ୍କୁଲ ପଧାନ ଶିକ୍ଷକ ଅମ୍ବରୀଶ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ପୁରସ୍କାର ବିତରଣ ଉତ୍ସବକୁ ଆଞ୍ଚଳିକ କେନ୍ଦ୍ର ସଂଯୋଜକ ସୁଶାନ୍ତ ମହାନ୍ତି ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଆରସିସି କବିରାଜ ମାଝୀ, ତୁଷୁରା ଅବକାରୀ ଉପନିରୀକ୍ଷକ ପୃଥ୍ୱିରାଜ କୁଅଁର, ସୁନେଲୀ ପଧାନ, ଏବିଇଓ ଚୈତନ୍ୟ ଧରୁଆ, ବନ୍ଧପାଲି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ବେହେରା, ମଞ୍ଚାସିନ ହୋଇ ହେଇଥିଲେ । ପ୍ରବନ୍ଧ ପ୍ରତି ଯୋଗୀତାରେ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ଦେଓଗାଁର ସୋନାଲିକା ରଣା, କୁଲୁତା ଏକାଡେମୀ, କୁଳୁତାପଡ଼ାର ମନିଷା ରଣା, ବାଳିକା ଉଚ୍ଚ ବିଦ୍ୟାଳୟ ଦେଓଗାଁର ଅର୍ଚ୍ଚନା ନାଏକ ଯଥା କ୍ରମମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ହୋଇଥିବା ବେଳେ ବକୃକ୍ତାରେ କୁଲୁତା ଏକାଡେମୀର ପୁଜା ସାହୁ ପ୍ରଥମ ହୋଇଥିବା ବେଳେ ଶ୍ରୀ ହର୍ଷ ଉଚ୍ଚ ବିଦ୍ୟାଳୟ ସିକୁଆଁର ସେଫାଳି ସାମଲ ଦ୍ୱିତୀୟ ଓ ଗୌରଗୋଠ ହାଇସ୍କୁଲର ବିବେକ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଦିଆଯାଇଥିବା ବେଳେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ସହ କପ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୂଲର ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.