
ରାୟଗଡ଼ା : ଭିଜିଲାନ୍ସ ଜାଲରେ ବିଷମକଟକ ସିଡିପିଓ ଏବଂ କିରାଣୀ । ୮୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ରାୟଗଡା ଜିଲ୍ଲା ବିଷମକଟକ ସିଡିପିଓ ସୁଶିଳା ଶବର ଏବଂ କିରାଣୀ ରାମଚନ୍ଦ୍ର ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଚାଟିକଣା ପଞ୍ଚାୟତ ହୁତେଶି ଗ୍ରାମର ଅଙ୍ଗନୱାଡି କର୍ମୀ ସୀତା ୱାଡେକାଙ୍କ ଠାରୁ ସେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅଙ୍ଗନବାଡି କର୍ମୀ ଚୟନ ପାଇଁ ସୀତା ୱାଡେକାଙ୍କୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ପ୍ରଥମେ ୨୦ ହଜାର ଟଙ୍କା ନେଇଥିବା ବେଳେ ସୋମବାର ବଳକା ୮୦ ହଜାର ଲାଞ୍ଚ ନେଉଥିଲେ । ସେହି ସମୟରେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ ଧରିଥିଲା । ଏହାପରେ ଗିରଫ କରି ରାୟଗଡା ଭିଜିଲାନ୍ସ କାର୍ଯ୍ୟାଳୟ ଆଣି ସେଠାରେ ପଚରାଉଚରା କରୁଛି । ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରାଙ୍କ ନେତୃତ୍ବରେ ଏହି ଚଢ଼ାଉ ହୋଇଥିଲା । ମଙ୍ଗଳବାର ଉଭୟଙ୍କ କୋର୍ଟ ଚାଲାଣ କରାଯିବ ।