oom

ରାଷ୍ଟ୍ରପତିଙ୍କ ଭାଷଣ ସଂକଳନ ‘‘ୱିଙ୍ଗସ୍ ଟୁ ଆୱାର୍ ହୋପ୍ସ-ଭଲ୍ୟୁମ୍-୨’’ ଏବଂ ‘‘ଆଶାଓଁ କି ଉଡ଼ାନ୍-ଖଣ୍ଡ ୨’’କୁ ଆସନ୍ତାକାଲି ଉନ୍ମୋଚନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

jsmm

● କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ ମଧ୍ୟ ଉନ୍ମୋଚନ ସମାରୋହରେ ଉପସ୍ଥିତ ରହିବେ
● ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷରେ ସେ ଦେଇଥିବା ଭାଷଣ ଉପରେ ଆଧାରିତ ପୁସ୍ତକଗୁଡ଼ିକ ଭାରତ ସରକାରଙ୍କ ପ୍ରକାଶନ ବିଭାଗ ଦ୍ୱାରା ହେବ ପ୍ରକାଶିତ

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ରାଷ୍ଟ୍ରପତି ଭବନ ପରିସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣର ସଂକଳନକୁ ନେଇ ପ୍ରସ୍ତୁତ ଦୁଇଟି ପୁସ୍ତକ ‘‘ୱିଙ୍ଗସ୍‌ ଟୁ ଆୱାର୍‌ ହୋପ୍ସ-ଭଲ୍ୟୁମ୍‌-୨’’ ଏବଂ ‘‘ଆଶାଓଁ କି ଉଡ଼ାନ୍‌-ଖଣ୍ଡ ୨’’କୁ ଉନ୍ମୋଚନ କରିବେ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ ମଧ୍ୟ ଉନ୍ମୋଚନ ସମାରୋହରେ ଉପସ୍ଥିତ ରହିବେ ।
ଇଂରାଜୀ ଏବଂ ହିନ୍ଦୀରେ ସଂକଳିତ ଏହି ଦୁଇଟି ପୁସ୍ତକରେ ରାଷ୍ଟ୍ରପତିଙ୍କ ୫୧ଟି ଭାଷଣ ସ୍ଥାନ ପାଇଛି । ଶ୍ରୀମତୀ ମୂର୍ମୂଙ୍କ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷ (ଅଗଷ୍ଟ ୨୦୨୩ରୁ ଜୁଲାଇ ୨୦୨୪) ସମୟରେ ତାଙ୍କ ଦୃଷ୍ଟିକୋଣ, ଦର୍ଶନ ଏବଂ ପ୍ରାଥମିକତା ଉପରେ ପୁସ୍ତକରେ ଆଲୋକପାତ କରାଯାଇଛି । ରାଷ୍ଟ୍ରପତି ଭବନ ଦ୍ୱାରା ସଂକଳିତ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ୱାରା ପ୍ରକାଶିତ ଏହି ପୁସ୍ତକ ଶାସନ, ସମାବେଶୀତା ଏବଂ ଜାତୀୟ ଆକାଂକ୍ଷା ଉପରେ ବିକଶିତ ହେଉଥିବା ଆଲୋଚନାର ବୃତ୍ତାନ୍ତକୁ ଉପସ୍ଥାପନ କରିବାରେ ପୂର୍ବ ସଂସ୍କରଣକୁ ଅନୁସରଣ କରିଥାଏ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ବାରା ଅତ୍ୟନ୍ତ ପରିଶ୍ରମ କରି ଏହି ପୁସ୍ତକକୁ ପ୍ରସ୍ତୁତ କରାଯାଇଛି । ଭାରତ ସରକାରଙ୍କ ଏକ ଅଗ୍ରଣୀ ପ୍ରକାଶନ ପ୍ରତିଷ୍ଠାନ ରୂପରେ ପ୍ରକାଶନ ବିଭାଗ ଜନହିତ, ଦେଶର ସ୍ବାଧୀନତା ଆନ୍ଦୋଳନ, ସଂସ୍କୃତି, କଳା ଓ ସାହିତ୍ୟ କ୍ଷେତ୍ରରେ ବିଭିନ୍ନ ବିଷୟ ଉପରେ ପୁସ୍ତକ ପ୍ରକାଶ କରି ଆସୁଛି । ଗତ ଆଠ ଦଶନ୍ଧି ଧରି ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀମାନଙ୍କର ସ୍ୱତନ୍ତ୍ର ଭାଷଣର ଦସ୍ତାବିଜ ପ୍ରସ୍ତୁତ କରିବାରେ ମଧ୍ୟ ପ୍ରକାଶନ ବିଭାଗ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।

jittmm
Leave A Reply

Your email address will not be published.