oom

ଗୋପବନ୍ଧୁ ପାଠାଗାର ଏବଂ ସ୍ୱସ୍ତି ଝଙ୍କାର ଆନୁକୂଲ୍ୟରେ ବିଶ୍ଵ ସଙ୍ଗୀତ ଦିବସ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗୋପବନ୍ଧୁ ପାଠାଗାର ଏବଂ ସ୍ୱସ୍ତି ଝଙ୍କାରର ମିଳିତ ଆନୁକୂଲ୍ୟରେ ବିଶ୍ଵ ସଙ୍ଗୀତ ଦିବସ ପାଠାଗାରର ସତ୍ୟବାଦୀ କକ୍ଷରେ ମହାସମାରୋହରେ ପାଳିତ ହୋଇଯାଇଛି । କବି ରାଜୀବ ପାଣିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସହରର ବିଶିଷ୍ଟ କଣ୍ଠଶିଳ୍ପୀମାନେ ସଙ୍ଗୀତର ବିଭିନ୍ନ ବିଭାଗରେ କଣ୍ଠଦାନ କରି ଉପସ୍ଥିତ ଶ୍ରୋତାମାନଙ୍କୁ ବିମୋହିତ କରିଥିଲେ । ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିବାବେଳେ ସ୍ୱସ୍ତିର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ଏବଂ ଗୋପବନ୍ଧୁ ପାଠାଗାରର ଉପସଭାପତି ଗିରିଜା ଶଙ୍କର ଗୋ ସ୍ୱାମୀ ସ୍ୱାଗତ ଅଭିଭାଷଣ ସହ ସଙ୍ଗୀତ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବୀଣାପାଣି ରଥ ଶାସ୍ତ୍ରୀୟ ସଙ୍ଗୀତ, ସୁଶାନ୍ତ କୁମାର ପାଣି ଲଘୁ ଶାସ୍ତ୍ରୀୟ ସଙ୍ଗୀତ, ପ୍ରଦୀପ କୁମାର ପଣ୍ଡା ଓଡ଼ିଶୀ ଓ ଛନ୍ଦ, ଶରତ ଧଳ ଚମ୍ପୂ, ସୌମ୍ୟରଞ୍ଜନ କର ପୁରାତନ ଚଳଚ୍ଚିତ୍ର ଗୀତ, ସ୍ମିତା ମିଶ୍ର, ମୀନା ପଟ୍ଟନାୟକ ଏବଂ ମନୋରଞ୍ଜନ ଦାଶ ଚଳଚ୍ଚିତ୍ର ସଙ୍ଗୀତ ଗାନ କରିଥିବାବେଳେ ବଂଶୀଧର ସାହୁ, ମନବୋଧ ମିଶ୍ର, ଦୀପକ କୁମାର ନାୟକ ଏବଂ ରଜତ ପଣ୍ଡା ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ । ସୁଶାନ୍ତ କୁମାର ପାଣି କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ବିଜୟ ପାତ୍ର, କିଶୋରୀ ମୋହନ କର, ହରିହର ଶତପଥୀ, ଚିନ୍ମୟୀ ପୁରୋହିତ, ଲକ୍ଷ୍ମଣ ନାଥ ଦାସ, ଗୌତମ ଦାସ, ସୂର୍ଯ୍ୟ ନାରାୟଣ ପଣ୍ଡା ପ୍ରମୁଖ କାର୍ୟ୍ୟ କ୍ରମରେ ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ସାହିତ୍ୟ ସଂସ୍କୃତି ଅନୁଷ୍ଠାନର କର୍ମକର୍ତ୍ତା ଏବଂ ସଦସ୍ୟ ସଦସ୍ୟାମାନଙ୍କ ସହ ଅଭୟ କୁମାର ଦାସ, ଶଙ୍କର ପ୍ରସାଦ ତ୍ରିପାଠୀ, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ଶର୍ମିଷ୍ଠା କବି ଶତପଥୀ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଜୟଶ୍ରୀ ଦାସ, ଉର୍ବଶୀ ଦାସ ପତି, ଗୀତା ରାଣୀ ବେହେରା, ସନ୍ତୋଷ କୁମାର ମିଶ୍ର, ଅଶୋକ କୁମାର ପଟ୍ଟନାୟକ, ଅଶୋକ କୁମାର ଶୁକ୍ଳ, ଗୋପାଳ ପ୍ରସାଦ ଜେନା, ଡାକ୍ତର ମହେଶ ପ୍ରସାଦ ବେହେରା, ସୁବାସ ଚନ୍ଦ୍ର ମହାପାତ୍ର, ସୁରେନ୍ଦ୍ର ନାଥ ଜେନା, ତ୍ରିଲୋଚନ ମିଶ୍ର, ଗୀତାଞ୍ଜଳି ମିଶ୍ର, ନନ୍ଦିତା ପାତ୍ର, ଅନୀଲ କୁମାର ଦାଶ, ଅଜୟ କୁମାର ମହାନ୍ତି, ସ୍ନେହଲତା ପଟ୍ଟନାୟକ, ରଶ୍ମି ସାହୁ, ରାଧାମୋହନ ନାୟକ, ଅରବିନ୍ଦ ପାତ୍ର, ଅଜୟ କୁମାର ପ୍ରଧାନ, ବବିତା ମହାଳିକ, ନିରୂପମା ପତି, ସୁମିତ୍ରା ମଲ୍ଲିକ, ସରୋଜିନୀ ଜୟସିଂହ, ସୁଷମା ପାଣି, ଅରୁନ୍ଧତୀ ରାଉତ, ଶ୍ରୀୟା ପାଣିଗ୍ରାହୀ, ସଂଧ୍ୟା ପାଣିଗ୍ରାହୀ, ଅତୁଲ୍ୟ କୁମାର ମହାକୁଡ଼, ନରେନ୍ ଦାସ, ଭୀମସେନ ନାୟକ, ପ୍ରିତମ ମହାନ୍ତି, ଉମେଶ ଚନ୍ଦ୍ର ଜେନା, ଧୃବ ଚରଣ ନାୟକ, ମଞ୍ଜୁଳା ପାତ୍ର, ନିକୁଞ୍ଜ ବିହାରୀ ଦାଶ, ହୃଷୀକେଶ ବଳିୟାର ସିଂ, ରମାକାନ୍ତ ଷଡ଼ଙ୍ଗୀ, ଜ୍ଞାନେନ୍ଦ୍ର କୁମାର ରାୟ, ସୁନୀଲ ମହାନ୍ତି, ସଂଧ୍ୟା ରାଣୀ ବାରିକ, ମଧୁସୂଦନ ବଳ, ପ୍ରଭାତୀ ଗୋସ୍ବାମୀ, ଚିନ୍ମୟ ତ୍ରିପାଠୀ, ଇନ୍ଦ୍ରଜିତ ରାଉଳ, ଶ୍ୟାମ ନାଥ ବେହେରା, ବଟକୃଷ୍ଣ ସାହୁ, ସୁଧୀର ରଂଜନ ପାଣିଗ୍ରାହୀ, ରାଘବ ପଣ୍ଡିଆ, ବ୍ରହ୍ମାନନ୍ଦ ପାଢ଼ୀ, ଡଃ ସାନ୍ତ୍ଵନା ପରିଡ଼ା, ବିଜୟଲକ୍ଷ୍ମୀ ମିଶ୍ର, ସରୋଜ କାନ୍ତି ଜେନା, ମୁରାରି ପ୍ରଧାନ, ଅକ୍ଷୟ କୁମାର ଧଳ, ଦିଲିପ କୁମାର ପତି, ପ୍ରକାଶ ସାହାଣୀ, ରାମନାରାୟଣ ଦାସମହାପାତ୍ର, ରତିକାନ୍ତ ପରିଡ଼ା, ପ୍ରଭାତ ସାମଲ, ଶୁଭ୍ରକାନ୍ତ ମିଶ୍ର ପ୍ରମୁଖ ଶତାଧିକ ଶ୍ରୋତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

jittmm
Leave A Reply

Your email address will not be published.