jayashree

ଆଦିବାସୀ ମହାବିଦ୍ୟାଳୟରେ ଯୋଗ ଦିବସ ପାଳିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶନିବାର ସକାଳ ୬ଟାରୁ ସମବେତ ପ୍ରାର୍ଥନା ଗାନ ସହ ହରିତ ଯୋଗ ଦିବସ ପାଳନ ହୋଇଯାଇଛି । ଉକ୍ତ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଅଧ୍ୟକ୍ଷ ଲକ୍ଷ୍ମଣ ପାଳ, ଯୁବ ରେଡକ୍ରସ କନ୍ଧମାଳ ଜିଲ୍ଲା ସଂଯୋଜକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ, କାଉନସେଲର ଦଣ୍ଡପାଣି ଭୂୟାଁ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରିଣୀ ଅରୁନ୍ଧତୀ ପ୍ରଧାନ, ଅଧିକାରୀ ହମନ ଦିବାକା, ଶୈକ୍ଷିକ ଅଧିକାରୀ ଡ଼.ସୁଶାନ୍ତ କୁମାର ଦାସ, କ୍ରୀଡା ପ୍ରଶିକ୍ଷକ ଗଙ୍ଗାଧର ପଣ୍ଡା, ବାଣିଜ୍ୟ ବିଭାଗ ମୁଖ୍ୟ ସରୋଜ କୁମାର ପାଠୀ ଯୋଗ ପ୍ରଶିକ୍ଷିକା ମିସ ତନୁଜା ପ୍ରମୁଖ ଉପସ୍ଥିତ ରହି ନିୟମିତ ଯୋଗାଭ୍ୟାସ ଦ୍ୱାରା ମାନବଜାତି ସୁସ୍ଥ ରହିବ ମାନସିକ, ଶାରୀରିକ ସ୍ତରରେ ଉନ୍ନତି ଘଟିବା ସହ ମନରେ ଶାନ୍ତି ଫେରିବ । ଆଉ ବିପଦ ପୂର୍ଣ୍ଣ ରୋଗବ୍ୟାଧିରୁ ଦୁରେଇ ରହିବ ଶରୀରର ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ ଏହାଦ୍ୱାରା ସାମାଜିକ ସ୍ତରରେ ଉନ୍ନତି ଆସିବା ସହ ସ୍ଥିର ମନ ସୃଷ୍ଟି ହେବ ଓ ପାଠ ଭଲ ପଢିବାକୁ ଇଚ୍ଛା ବଢିବା ସହ ପାଠ ମନେ ରହିବ ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଛାତ୍ରାବାସ ଓ ଛାତ୍ରୀନିବାସର ଅନ୍ତେବାସୀ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ସାମିଲ ହୋଇ ଶେଷରେ ବୃକ୍ଷ ରୋପଣ କରିଥିଲେ ।

Leave A Reply

Your email address will not be published.