oom

ବୌଦ୍ଧକୁ ଗଡ଼ିବ ପ୍ରଥମ ଟ୍ରେନ୍‌ : ୨୭୫୦ କୋଟିର ରେଳ ପ୍ରକଳ୍ପ ଶିଳାନ୍ୟାସ ଉଦ୍‌ଘାଟନ କରିବେ ମୋଦି 

jsmm

ଭୁବନେଶ୍ୱର : ଆଜି ଓଡ଼ିଶା ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭୫୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ଆଜି ପ୍ରଧାନମନ୍ତ୍ରୀ ସୋନପୁର-ପୁରୁଣାକଟକ ମଧ୍ୟରେ ୭୩ କିଲୋମିଟର ଲମ୍ୱା ନୂଆ ରେଳ ଲାଇନ ଉଦ୍‌ଘାଟନ କରିବେ । ଏଥି ସହ ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ପ୍ରଥମ ଥର ପାଇଁ ରେଳ ନେଟୱାର୍କ ସହିତ ସଂଯୋଗ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ସୋନପୁର ଓ ପୁରୁଣାକଟକ ମଧ୍ୟରେ ନୂଆ ରେଳ ଲାଇନ ମାଧ୍ୟମରେ ସିଧାସଳଖ ରେଳ ସଂଯୋଗ ହାସଲ କରାଯାଉଛି । ଯାହା ଏହି ଅଞ୍ଚଳର ସାମାଜିକ ଏବଂ ଅର୍ଥନୈତିକ ସଂଯୋଗକୁ ଆହୁରି ମଜଭୁତ କରିବ । ସେହିପରି ପ୍ରଧାନମନ୍ତ୍ରୀ ସରଳା-ଶାସନ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଝାରସୁଗୁଡ଼ା-ସମ୍ୱଲପୁର ରେଳ ସେକ୍ସନରେ ଟ୍ରାଫିକ ଭାର ହ୍ରାସ କରିବ । ଶିଳ୍ପ ଏବଂ ଯାତ୍ରୀ ପରିବହନକୁ ବୃଦ୍ଧି କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ବୌଦ୍ଧ-ଭୁବନେଶ୍ୱର-ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍‌ ଏବଂ ସମ୍ୱଲପୁର-ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିବେ । ବୌଦ୍ଧ-ଭୁବନେଶ୍ୱର ନୂଆ-ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍‌ ପ୍ରତି ସୋମବାର ବୌଦ୍ଧରୁ ସକାଳ ୭ଟାରେ ଛାଡିବ । ବଲାଙ୍ଗିର-ସମ୍ୱଲପୁର-ଅନୁଗୁଳ-ନରାଜ ଦେଇ ଭୁବନେଶ୍ୱରରେ ସନ୍ଧ୍ୟା ୬ଟା ୧୫ରେ ପହଞ୍ଚିବ । ଫେରିବା ବେଳେ ଏହି ଟ୍ରେନ ସୋମବାର ଭୁବନେଶ୍ୱରରୁ ରାତି ୧୧ଟାରେ ଛାଡିବ । ସେହିପରି, ସମ୍ୱଲପୁରରୁ ସମ୍ୱଲପୁର-ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍‌ ରବିବାର ସନ୍ଧ୍ୟା ୭ଟା ୨୫ରେ ଛାଡିବ । ସେହି ଦିନ ରାତ୍ରି ୧୧ଟା ୫୫ରେ ବୌଦ୍ଧରେ ପହଞ୍ଚିବ । ଫେରିବା ବେଳେ ବୌଦ୍ଧରୁ ଏହି ଟ୍ରେନ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୧୫ରେ ଛାଡିବ । ସେହି ଦିନ ସନ୍ଧ୍ୟା ୭ଟା ୩୦ରେ ସମ୍ୱଲପୁରରେ ପହଞ୍ଚିବ । ଏହା ବ୍ୟତୀତ, ଭୁବନେଶ୍ୱର-ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ ଏବଂ ଦୁଇ ଯୋଡ଼ା ବଲାଙ୍ଗିର-ସୋନପୁର ସଟଲ୍‌ ପାସେଞ୍ଜର ଟ୍ରେନ୍‌ ପ୍ରଥମ ଥର ପାଇଁ ପୁରୁଣାକଟକ ପର୍ଯ୍ୟନ୍ତ ଚାଲିବ ।

jittmm
Leave A Reply

Your email address will not be published.