oom

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଂଗ୍ରେସର ଶାନ୍ତିପୂର୍ଣ୍ଣ ଧାରଣା : ୬ ଯୁବନେତା ଅଟକ

jsmm

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଂଗ୍ରେସର ଶାନ୍ତିପୂର୍ଣ୍ଣ ଧାରଣା । ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତାମାନେ ଭୁବନେଶ୍ଵର ଲୋୟର ପିମଜିରେ ଧାରଣା ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ସୁରେଶ କୁମାର ରାଉତରାୟଙ୍କ ସମେତ ବହୁ କଂଗ୍ରେସ ନେତା ଯୋଗ ଦେଇଛନ୍ତି । ଅପରପକ୍ଷେ, ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ବେଳେ କଳା ପତାକା ପ୍ରଦର୍ଶନଠୁ ଆରମ୍ଭ କରି କିଛି ଅପ୍ରୀତିକର ପରିସ୍ଥିତି ଆଶଙ୍କା କରି ୬ ଯୁବନେତାଙ୍କୁ ଅଟକ ରଖାଯାଇଛି । ୟାଶିର ନାୱାଜ, ରଣଜିତ ପାତ୍ର ପ୍ରମୁଖଙ୍କୁ ପୁଲିସ ଆଗୁଆ ଉଠାଇ ନେଇଛି । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଅବସରରେ ପିସିସି ସଭାପତି ଭକ୍ତଚରଣ ଦାସ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ଯାଜପୁର ଜିଲ୍ଲାରେ ପାଞ୍ଚ ହଜାରରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ । ପ୍ରଧାନମନ୍ତ୍ରୀ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଉନ୍ନତ ସ୍ଵାସ୍ଥ୍ୟସେବା ପାଇଁ ପଦକ୍ଷେପ ନେବେକି ? ଗୋପାଳପୁର ଓ କେନ୍ଦୁଝର ଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଭେଟିବେ କି? ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାରିବା ପାଇଁ କିଛି ପଦକ୍ଷେପ ନେବେ କି ? ପିସିସି ସଭାପତି କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ଏହି ସବୁ କାମ କରିବେ ତେବେ ଆମେ ପ୍ରାଧନମନ୍ତ୍ରୀଙ୍କ ଗସ୍ତକୁ ସ୍ଵାଗତ କରିବୁ । ନଚେତ୍ ସନ୍ଧ୍ୟା ୬ଟା ଯାଏଁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବୁ ।

jittmm
Leave A Reply

Your email address will not be published.