oom

ଶାଳଗାଁଠାରେ ବିପର୍ଯ୍ୟୟ ମୁକାବିଲା ସାମୁହିକ ମକଡ୍ରିଲ ଅଭ୍ୟାସ କାର୍ଯ୍ୟକ୍ରମ

jsmm

ବାରିପଦା, (ଦେବସ୍ମିତ ଚୌଧୁରୀ) : ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତୃପକ୍ଷ ତଥା ଜିଲ୍ଲା ଓ ବ୍ଲକ ପ୍ରଶାସନ, ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣ କମିଟି ସହ ସଂକଳ୍ପର ମିଳିତ ଆନୁକୂଲ୍ୟରେ ବଡ଼ସାହି ବ୍ଲକର ଶାଳଗାଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀଠାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ସଚେତନତା ଓ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ସଂକଳ୍ପ’ର ସମ୍ପାଦକ ପ୍ରଦୀପ କୁମାର ଦାସ ମହାପାତ୍ର ସ୍ୱାଗତ ଭାଷଣ ଓ ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଶାଳଗାଁ ଗ୍ରାମପଞ୍ଚାୟତ ସରପଞ୍ଚ କାର୍ତ୍ତିକେଶ୍ୱର ସିଂ ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ବଡ଼ସାହି ତହସିଲଦାର କରୁଣାକର ଧୀନ୍ଦା, ସମ୍ମାନୀୟ ଅତିଥି ସମିତିସଭ୍ୟ ବିଶ୍ୱମ୍ବର ବେହେରା, ବଡ଼ସାହି ଅଗ୍ନିଶମ ବିଭାଗ ର ଏଏସ ଓ ନିତ୍ୟାନନ୍ଦ ବେହେରା, ଭି ଏ ଡବ୍ଲୁ ସୁଦର୍ଶନ ଟୁଡୁ, ପିଇଓ ଦୀପକ କୁମାର ମହାକୁଡ଼, ଏଡିଇ ଓ ମାନସ କୁମାର ସାହୁ, ଯୋଗାଣ ସହାୟକ ସତ୍ୟରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ବନ୍ୟା, ବାତ୍ୟା, ଅଗ୍ନି, ବଜ୍ରପାତ, ସାପକାମୁଡା, ତୁଷାର ପାତ ଭଲି ବିପର୍ଯ୍ୟୟର ସାମ୍ନା ଓ ପ୍ରଶମନ ନିମନ୍ତେ ମକଡ୍ରିଲ ଭଳି ଅଭ୍ୟାସ କାର୍ଯ୍ୟକ୍ରମର ଆବଶ୍ୟକତାର ଗୁରୁତ୍ୱପୂର୍ଣ ଉପରେ ବାର୍ତ୍ତା ଦେଇ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ । ଅଗ୍ନିଶମ ବିଭାଗ ତରଫରୁ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ପୂର୍ବ ଓ ପରବର୍ତ୍ତୀ ଅବସ୍ଥାକୁ ମୁକାବିଲା କରିବାପାଇଁ କମିଟିର କର୍ମକର୍ତ୍ତା ଓ ସ୍ଥାନୀୟ ତାଲିମ ପ୍ରାପ୍ତ ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଲୋକ କିଭଳି ପଦକ୍ଷେପ ଅବଲମ୍ବନ, ଉଦ୍ଧାର ଓ ଆଶୁଚିକିତ୍ସାର ବିଭିନ୍ନ ପ୍ରକାର କୌଶଳ ମାନ ପ୍ରଦର୍ଶନ କରାଇଥିଲେ । ମୁଖ୍ୟ ଅତିଥିଙ୍କ ସ୍ଵହସ୍ତରେ ସ୍ୱର୍ଚ୍ଚ ଏଣ୍ଡ ରେସକ୍ୟୁ ଓ ଫାଷ୍ଟ ଏଡ଼ ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଏ ଏନ ଏମ, ଯୁବଗୋଷ୍ଠୀ, ମହିଳା ଗୋଷ୍ଠୀ ଯୋଗଦେଇଥିଲେ । ଉପରକ୍ତ କାର୍ଯ୍ୟକ୍ରମଟି ବନ୍ୟା ଆଶ୍ରୟସ୍ଥଳୀର ସମ୍ପାଦକ କାଳିଚରଣ ସିଂ, ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଚୈତନ୍ୟ ସିଂ, ଓ କମିଟିର ସଦସ୍ୟଙ୍କ ସହଯୋଗରେ ପରିଚାଳିତ ହୋଇଥିଲା ।

jittmm
Leave A Reply

Your email address will not be published.