oom

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ସରସରା ଗ୍ରାମର ଚାଷୀ

jsmm

ବରଗଡ, (ମୁନ୍ନା ସାହୁ) : ସରସରା ସେବା ସମବାୟ ସମିତିରେ ବେନିୟମ କାର୍ଡ ତିଆରୀ ହେଉଥିବା ଅଭିଯୋଗରେ ଜିଲ୍ଲାପାଳ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ସରସରା ଗ୍ରାମର ଚାଷୀ । ସୂଚନା ଅନୁସାରେ ସରସରା ସେବା ସମବାୟକୁ ଚାଷ କରିନଥିବା ବ୍ୟକ୍ତିଙ୍କ କାର୍ଡ ଆସିଥିବା ବେଳେ ଏଥିରେ ପ୍ରକୃତ ଚାଷୀ ବଞ୍ଚିତ ରହୁଛନ୍ତି । ଏନେଇ ସମିତି କର୍ମଚାରୀମାନେ ଦୁର୍ନୀତି କରିଥିବା ଅଭିଯୋଗ କରିଛନ୍ତି ଚାଷୀ । ବେନିୟମ କାର୍ଡ ଦ୍ୱାରା ଅନ୍ୟ ରାଜ୍ୟର ଧାନ ବିକ୍ରି ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ । ତେବେ ଏହାର ଉଚିତ ତଦନ୍ତ କରି ଦୋଷୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି ।

jittmm
Leave A Reply

Your email address will not be published.