
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସ୍ଥିତ ମିଶନ ଶକ୍ତି ଭବନ ସଭାଗୃହଠାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଆୟୋଜନ କ୍ରମେ ଅଦ୍ଵିକା ସଙ୍ଗଠନ ଜରିଆରେ କିଶୋରି ବାଳିକାଙ୍କ ସଶକ୍ତିକରଣ ପାଇଁ ଦକ୍ଷତା ତାଲିମ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର ତାଲିମକୁ ଉଦଘାଟନ କରି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଜଣାଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ କାର୍ଯ୍ୟଅଧିକାରୀ ତଥା ସୁରକ୍ଷା ଅଧିକାରୀ ସୁଜାତା ଦୋରା ଅଦ୍ଵିକା କାର୍ଯ୍ୟକ୍ରମକୁ ସଶକ୍ତିକରଣ କରିବା ପାଇଁ ବାଲ୍ୟ ବିବାହ ନିରୋଧ ଆଇନ ଉପରେ ଜଣାଇଥିଲେ । ଅଦ୍ଵିକା ପ୍ରତି ଶନିବାର ଦିନ ବୈଠକରେ କିଶୋରୀ ବାଳିକାଙ୍କ ସ୍ୱାସ୍ଥ୍ୟ, ସଫାସୁତୁରା, ସ୍ୱଚ୍ଛତା, ସୁରକ୍ଷା ଉପରେ ଆଲୋଚନା ମାଧ୍ୟମରେ ସଫଳ କରିବା ଏବଂ ନିଜକୁ ଶସକ୍ତ କରିବାକୁ କହିଥିଲେ । ଏହି ଅବସରରେ ତାଲିମ ଦାତା ଭାବେ ସରକାରୀ ଆଇଟିଆଇକଲେଜର ଧରିତ୍ରୀ ନାୟକ ଝିଅମାନଙ୍କ ପାଇଁ ଥିବା ପାଠ୍ୟକ୍ରମ ଉପରେ ଜଣାଇଥିଲେ ଏବଂ ଝିଅମାନଙ୍କ ପାଇଁ ଥିବା ସୁରକ୍ଷା ଯୋଜନାରେ ସହାୟତା ରାଶି ଉପରେ ଜଣାଇଥିଲେ ଏବଂ ବୈଶିୟିକ ଶିକ୍ଷାର ନିଯୁକ୍ତି ଭିତ୍ତିକ ଉପରେ ଜଣାଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଆଶୀର୍ବାଦ, ଗ୍ରୀନ ପାସେଜ୍ ସାର୍ଟିଫିକେଟ, ପୃଷ୍ଠପୋଷକତା ରାଶି, ଯଶୋଦା ଯୋଜନା ଉପରେ ଜଣାଇଥିଲେ । ତାଲିମ ଦାତା ଭାବେ ସରକାରୀ ପଲିଟେକନିକ୍ କଲେଜର ଇଲେକ୍ଟ୍ରିକାଲ ବିଭାଗର ସୁଜାତା ଭୋଈ ସରକାରୀ ପଲିଟେକନିକର ବ୍ୟବସ୍ଥା ସହିତ ବିଭିନ୍ନ ସରକାରୀ ସହାୟତା ପାଠ୍ୟକ୍ରମରେ ନିଯୁକ୍ତି ଉପରେ ଜଣାଇଥିଲେ ଏବଂ ସୁରକ୍ଷ। ଯୋଜନା ଉପରେ ଲାଭ ନେବାକୁ ଜଣାଇଥିଲେ । ତାଲିମ ଦାତା, ବିକାଶ ପରାମର୍ଶଦାତା ନନ୍ଦକିଶୋର ସାଣ୍ଡ କିଶୋରି ସଶକ୍ତିକରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ, ପ୍ରତି ଶନିବାର ଦିନ ନିଜର ଦକ୍ଷତା କୁ ପ୍ରତିପାଦନ କରିବାକୁ କହିଥିଲେ । ପରିଶେଷରେ ମମତା ସଂଯୋଜିକା ଶିବାନୀ ଠାକୁର ଉପସ୍ଥିତ ଥିବା ୫୦ଟି କମିଟିର ବଙ୍ଗୋମୁଣ୍ଡା, ତୁରେକେଲା, ମୁରିବାହାଲ, ସଇଁତଳା, ବେଲପଡ଼ା, ଖପ୍ରାଖୋଲ ବ୍ଲକରୁ ଆସିଥିବା ସମସ୍ତଙ୍କୁ ତଳିମାର୍ଥି ଓ ତାଲିମ ଦାତାମାନଙ୍କୁ ଧନ୍ୟବାଦ ଜଣାଇ ତାଲିମ ଶେଷ କରିଥିଲେ ।