ରାନ୍ଧିବା ସମୟରେ ନିଆଁ ଲାଗି ଟଙ୍କା, କାଗଜପତ୍ର, ଚାଉଳ ସହ ବିଭିନ୍ନ ଜିନଷ ପୋଡି ନଷ୍ଟ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗ୍ରାମର ମଗଶିର ଜାଲଙ୍କ ଘରେ ନିଆଁ ଲାଗି ଘର ସମ୍ପୂର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇଯାଇଛି । ଯାହା ଫଳରେ ପ୍ରଧାନ ମନ୍ତ୍ରୀ ଆବାସ ଘରର ଦ୍ବିତୀୟ କିସ୍ତି ୩୫ ହଜାର ଟଙ୍କା, ୩୦ ପକେଟ ସିମେଣ୍ଟ, ୨ ପକେଟ ଚାଉଳ ସହ ବ୍ୟାଙ୍କ ପାସବହି, ରେସନ କାର୍ଡ, ଆଧାର କାର୍ଡ, ଭୋଟର କାର୍ଡ ନିଆଁରେ ପୋଡି ଛାରଖାର ହୋଇ ଯାଇଥିବା ମଗଶିର ଜାଲ କହିଛନ୍ତି । ତାଙ୍କ ପରିବାରରେ ୫ଜଣ ସଦସ୍ୟ ଅଛନ୍ତି ।

ପରିବାର ଆର୍ଥିକ ଅସୁବିଧା ହେତୁ ବହୁ କଷ୍ଟରେ ଚଳନ୍ତି । ଏବର୍ଷ ମଗଶଣିର ଜାଲଙ୍କୁ ଆବାସ ଘର ମିଲିଥିଲା । ୨/୩ଦିନ ହେବ ବ୍ୟାଙ୍କରୁ ଘରର ଦ୍ବିତୀୟ କିସ୍ତି ଉଠାଣ କରି ଘରେ ରଖିଥିଲେ । ସେ ଜଣେ ଗରିବ ନିରୀହ ଶ୍ରେଣୀ ବିପିଏଲ୍ ତାଳିକା ଭୁକ୍ତ । ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କ୍ଷୟକ୍ଷତି ଆକଳନ କରି ତାଙ୍କୁ ସରକାରୀ ସହାୟତା ଦେବାକୁ ଗ୍ରାମବାସୀଙ୍କ ଦାବୀ କରିଛନ୍ତି ।

Leave A Reply

Your email address will not be published.