
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ମୁଣ୍ଡପଦର, ଦେଢ଼ଗାଁ, ଭୁଷଲାଡ଼ ପଞ୍ଚାୟତରେ ସେବା ଓ ବିକାଶ ବାହନ ଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ପାଇଁ ରହିଥିବା ସରକାରଙ୍କ ଜନହିତକର ଯୋଜନା ଗୁଡିକ ସମ୍ପର୍କରେ ଲୋକଙ୍କୁ ଜଣାଇଥିଲେ । ମୁଣ୍ଡପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ସରପଞ୍ଚ ରାଧାକାନ୍ତ ବେହେରା, ପିଇଓ କୁଳମଣି ମେହେର, ଭୁଷଲାଡ ପଞ୍ଚାୟତ କାର୍ଯ୍ୟାଳୟଠାରେ ସରପଞ୍ଚ ଦୀପକ କୁମାର ଛୁରା, ପିଇଓ ସୁଜ୍ଞାନ ମେହେରଙ୍କ ସହ ଜିପିଡିଓ ପୁରୁଷୋତ୍ତମ ମାଝୀ, ବିଧାୟକ ପ୍ରତିନିଧି ଯୌବନ ବାଗ, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା ପ୍ରମୁଖ ସାମିଲ ହୋଇଥିଲେ । ବିପିଏମ ସତ୍ୟପ୍ରିୟ ବେହେରା, ଏପିଓ ଲକ୍ଷ୍ମଣ ବୁଡେକ, ବିଏଲସି ଜଗନ୍ନାଥ ପୁଟେଲ, ବଙ୍ଗୋମୁଣ୍ଡା ମଣ୍ଡଳ ବିଜେପି ସଭାପତି ପବିତ୍ର ପୋଢ଼, ସିନ୍ଧେକେଲା ମଣ୍ଡଳ ବିଜେପି ସଭାପତି ନରେନ୍ଦ୍ର ରଣାଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ । ପରେ ବିଭିନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା । ଏଥିରେ ପଞ୍ଚାୟତ କର୍ମଚାରୀ ଓ ଜନପ୍ରତିନିଧିମାନେ ସାମିଲ ହୋଇଥିଲେ ।