ଅଲାତରାଠାରେ ବିକାଶ ବାହାନ ରଥ କାର୍ଯ୍ୟକ୍ରମ

ମ. ରାମପୁର (ପି.କେ.ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତଠାରେ ବିକାଶ ବାହାନ ତଥା “ବର୍ଷ ଏକ ଉପଲବ୍ଧି ଅନେକ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଲାତରାଠାରେ ସରପଞ୍ଚ ସସ୍ମିତା ନାଗ ଙ୍କ ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଲକ୍ଷ୍ମଣ ପଧାନ , ଜିପିଓ କୁଳମଣି ସିଂ ରାୟ ,ବ୍ଲକ ମଙ୍ଗଳ ଅଧିକାରୀ ,ଶ୍ୟାମ ସୁନ୍ଦର ନାୟକ , ଆଇ.ସି.ଡି.ଏସ. ସୁପରଭାଇଜର ଶର୍ମିଳା ବେହେରା, ସମିତିସଭ୍ୟା ଲକ୍ଷ୍ମୀ କୁମାର ନାଏବ ସରପଞ୍ଚ ନରେଶ ଦଣ୍ଡିଆ , ଏମ.ବି.କେ. ମମିତା ସାହୁ , ଏଡିଓ ୟସପାଳ ନାଗ ,ବନରକ୍ଷୀ ଯେମନ୍ତ ଗୌଡ଼ନ, ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ ଉପସ୍ଥିତ ରହି ସରକାରଙ୍କ ଜନ ହିତକାରୀ ଯୋଜନା ବିଷୟରେ ଅବଗତ କରିବା ସହ ୨୧ଙ୍କୁ ନୂତନ ହିତାଧିକାରୀଙ୍କୁ ଭତ୍ତା, ଅନ୍ତଦୟ ଯୋଜନାରେ ଘର ତିଆରି ପାଇଁ କାର୍ଯ୍ୟାଦେଶ ଓ ଆୟୁସମାନ ଭାରତ ଯୋଜନାରେ କାର୍ଡଓଲ ଓ ଜମି ପଟ୍ଟା ବଣ୍ଟନ କରିଥଲେ । ଏଥିରେ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚଞ୍ଚଳ ହରିଜନ ମଞ୍ଚ ପରିଚାଳନା କରିଥିବା ବେଳେ, ଯୋଗାଣ ସହାୟକ ସୁଶାନ୍ତ ବଗର୍ତ୍ତି, ଦୁର୍ବାଦଲ ଭୋଇ, ରବି ଚନ୍ଦ୍ର ବିଶ୍ୱାଳ, ଚୈତନ୍ୟ ପୁଟେକ ,ରାଜେଶ ପୋଡ଼ , ଅକ୍ଷୟ ପଧାନ , ଟିକେଚନ ବଗର୍ତ୍ତି , ବିଶି କେସନ ବିଶି ,ଅଙ୍ଗନବାଡି ଦିଦି, ଆଶା କର୍ମୀ ,ସମସ୍ତ ୱାର୍ଡ ସଭ୍ୟ ,ସି ଆର ପି ,ପ୍ରାଣୀ ଓ କୃଷି ମିତ୍ର ସହାର୍ୟ୍ୟ ସହଯୋଗ କରିଥିଲେ । ସେହି ଭଳି ଗୋଛାଡେଞଙ୍ଗେନ ଗ୍ରାମ ପଞ୍ଚାୟତଠାରେ ସରପଞ୍ଚ ଡାକ୍ତର ସୁରେଶ ପଧାନଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.