oom

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ହାସଲ କଲେ ଗଣ୍ଡାବାହାଲିର କୁନି ଝିଅ ଶ୍ରୀଜା ପ୍ରିୟଦର୍ଶିନୀ ମେହେର

jsmm

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲିର କୁନି ଝିଅ ଶ୍ରୀଜା ପ୍ରିୟଦର୍ଶିନୀ ମେହେର ୨୦୨୫ ବର୍ଷର ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ହାସଲ କରିଛନ୍ତି । ଶ୍ରୀଜାର ବୟସ ୩ ବର୍ଷ ହେଲେ ମଧ୍ୟ ତୁଳସୀ ଦୁଇ ପତ୍ରରୁ ବସିଲା ପରି ସେ ଅନେକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଛି । ସଂଖ୍ୟା ଗଣନା, ସାଧାରଣ ଜ୍ଞାନ ପ୍ରଶ୍ନ, ବିଭିନ୍ନ ରଙ୍ଗ ଚିହ୍ନିବା,ରାଇମସ୍ , ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ନାମ, ସପ୍ତାହର ସମସ୍ତ ବାର, ବକ୍ର ତୁଣ୍ଡ ମହାକାୟ….., ଜୟ ଗଣେଶ ଦେବ (ଦିବ୍ୟ ସଂଗୀତ) ଆଦି ମୁଖସ୍ଥ କରି ସଠିକ୍ ଭାବରେ କହି ପାରୁଛନ୍ତି । ପିତା ଧବଳେଶ୍ଵର ମେହେର ଜଣେ ସରକାରୀ କର୍ମଚାରୀ (ନ୍ୟାୟିକ ବିଭାଗ) ହୋଇଥିବା ବେଳେ ମାଆ ମଧୁସ୍ମିତା ମେହେର ଜଣେ ବି. ଏଡ଼. ତାଲିମ ପ୍ରାପ୍ତ ଗୃହିଣୀ ଭାବରେ ଝିଅର ପ୍ରତିଭାର ବିକାଶ ପାଇଁ ଅହରହ ଚେଷ୍ଟା କରୁଛନ୍ତି । ଏତତ୍ ସହ ସେ ଖେଳକୁଦ, ନାଚଗୀତରେ ମଧ୍ୟ ପାରଙ୍ଗମ ଅଟେ । ଶ୍ରୀଜାର ସଫଳତା ଅଞ୍ଚଳ ପାଇଁ ଗୋଟିଏ ଗୈାରବ ବିଷୟ ସୃଷ୍ଟି କରିଛି । ଶିକ୍ଷକ, ଶିକ୍ଷୟିତ୍ରୀ ତଥା ବୁଦ୍ଧିଜୀବି ମହଳରୁ କୁନି ଝିଅ ଶ୍ରୀଜାକୁ ଶୁଭେଚ୍ଛାର ବାର୍ତ୍ତା ସମସ୍ତେ ଜଣାଉଛନ୍ତି ।

jittmm
Leave A Reply

Your email address will not be published.