
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ବୟୋଜ୍ୟେଷ୍ଠା ସାରସ୍ୱତ ସାଧିକା ମାଲପଡ଼ା ନିବାସୀ ସୁଭାଷିନୀ ହୋତାଙ୍କ ୬୭ ବର୍ଷ ବୟସରେ ଶୁକ୍ରବାର ଦିନ ସକାଳେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ହୃଦୟ ଜନିତ ରୋଗରେ ସେ ପୀଡିତା ହୋଇ ସେଠାରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଥିଲେ । ବହୁ ପତ୍ରପତ୍ରିକାରେ ତାଙ୍କର ଲେଖା ପ୍ରକାଶିତ ହେବା ସହ ନିଜର ବହୁ ପୁସ୍ତକ ପ୍ରକାଶିତ ହୋଇ ସାରିଛି । ସ୍ୱାମୀ ଅବସର ଜିଲ୍ଲା ଦୌରା ଜର୍ଜ ପ୍ରସନ୍ନ ହୋତା, ବଡ ପୁଅ ସୁନିଲ ହୋତା, ବଡ ବୋହୁ କଳ୍ପନା ଓ ସାନ ପୁଅ ଅନିଲ ହୋତା ଓ ସାନ ବୋହୁ ସିମା ମୃତ୍ୟୁ ସମୟରେ ତାଙ୍କର ପାଖରେ ଉପସ୍ଥିତ ଥିଲେ । ଆସନ୍ତା କାଲି ସ୍ୱର୍ଗ ଦ୍ଵାର ପୁରୀଠାରେ ଅନ୍ତିମ ସଂସ୍କାର କରାଯିବ । ତାଙ୍କର ତିରୋଧାନ ଖବର ପ୍ରଚାରିତ ହେବା ପରେ ବଲାଙ୍ଗିରରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି ।