csstore

ମୋବାଇଲ ନେଟୱାର୍କ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଶିକାଛିଡା ଗ୍ରାମ ପଂଚାୟତବାସୀ ଦିର୍ଘ ଦିନ ହେବ ମୋବାଇଲ ନେଟୱାର୍କ ଯୋଗୁଁ ଅନେକ ହଇରାଣ ହେଉଛନ୍ତି । ଛାତ୍ରଛାତ୍ରୀମାନେ ଅନ୍‌ ଲାଇନ କ୍ଲାସ କରିପାରୁନାହାନ୍ତି, ବ୍ୟାଙ୍କ ସୁବିଧାରୁ ମଧ୍ୟ ବଂଚିତ ହେବାକୁ ପଡୁଛି, ସରକାରଙ୍କ ପିଡିଏସ୍‌ ଚାଉଳ ପାଇଁ ମଧ୍ୟ ହଇରାଣ ହେବାକୁ ପଡୁଛି । ତେଣୁ ବିଭିନ୍ନ ସମୟରେ ବିଭିନ୍ନ ପଦାଧିକାରୀଙ୍କୁ ଲିଖିତ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ତେଣୁ ଆଜି ଜିଲ୍ଲାପାଳଙ୍କୁ ଲିଖିତ ଜଣାଯାଇଛି ଏବଂ ଆଗାମୀ ଦିନରେ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଗ୍ରାମ ପଂଚାୟତବାସୀ ସମସ୍ତେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଫକିର ଠେଲା, ରମାକାନ୍ତ ନାଏକ, ଗୁପ୍ତେ ପାତ୍ର, ମନୋଜ ବିଶ୍ୱାଲ, ଅଟଳ ବିଶି, ସୁବଲ ମେହେର, ନୃପ ବଗର୍ତ୍ତି, ବିବେକା ଭାଟି, ଯୁଧିଷ୍ଟିର ଦେହେରି, ରଂଜିତ କରନ, ସନ୍ତୋଷ ଦେହେରି, ଦକ୍ଷ ପାଣ୍ଡେ, ଭାଗରଥି ସାଏ, ରମେଶ ପାତ୍ର, ବିକ୍ରମ ରାଉତ, ଆଦି ବଗର୍ତ୍ତି ପ୍ରମୁଖ ସାମିଲ ଥିଲେ ।

jayashree
Leave A Reply

Your email address will not be published.