oom

ଡେଲାଙ୍ଗରେ ବିକାଶ ବାହାନର ଶୁଭାରମ୍ଭ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଡେଲାଙ୍ଗ ବ୍ଲକରେ ଗୁରୁବାର ସକାଳେ ବିକାଶ ବାହାନ ରଥର ଶୁଭାରମ୍ଭ କରାଯାଇଛି । ବ୍ଲକ ପରିସରରେ ରଥକୁ ପୂଜାର୍ଚ୍ଚନା ଓ ବନ୍ଦାପନା କରାଯାଇଥିଲା । ପରେ ଏହି ରଥ ସୁଜନପୁର, ଡେଲାଙ୍ଗ-କୋଠବାଡ଼, ବେରବୋଇ ପଞ୍ଚାୟତରେ ପହଞ୍ଚିବା ପରେ ମହିଳା ମାନେ ରଥକୁ ସ୍ୱାଗତ କରିଥିଲେ । ଏକ ବର୍ଷ ମଧ୍ୟରେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚି ପାରିଛନ୍ତି ବୋଲି ଲୋକଙ୍କୁ ବୁଝାଇବା ସହିତ ଯେଉଁ ହିତାଧିକାରୀମାନେ ସରକାରଙ୍କ ଯୋଜନାରୁ ବଞ୍ଚିତ ରହିଛନ୍ତି କମ ଦିନ ମଧ୍ୟରେ ସମସ୍ତ ଯୋଜନାରେ ଉପକୃତ ହେବେ ବୋଲି କହିଥିଲେ । ବିଡ଼ିଓ କ୍ଷିତିଶ ବେହେରା, ହେଡ କ୍ଲର୍କ ଆଶିଷ କୁମାର ପାତ୍ର, ନୋଡାଲ ଅଫିସର ସଚିନ୍ଦ୍ର ପ୍ରଧାନ, ସତ୍ୟପ୍ରିୟ ବେହେରା ସମେତ ସମସ୍ତ ବ୍ଲକ ଷ୍ଟାପ, ଆତ୍ମା ଅଧକ୍ଷ ଲଡ଼ୁରାୟ, ପୂର୍ଣ୍ଣ ଚନ୍ଦ୍ର ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥ ବ୍ଲକର ୨୧ପଞ୍ଚାୟତରେ ୨୧ ତାରିଖ ପର୍ଯ୍ୟନ୍ତ ବୁଲିବ ବୋଲି ସୁଚନା ରହିଛି ।

jittmm
Leave A Reply

Your email address will not be published.