csstore

ଧର୍ମପରାୟଣ ମହିଳାଙ୍କ ବିୟୋଗରେ ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ବାସିନ୍ଦା ସୁରୁଚି ସାହୁଙ୍କ ୯୫ ବର୍ଷ ବୟସରେ ଗତ ୨୯ ତାରିଖରେ ପରଲୋକ ହୋଇଯାଇଥିଲା । ଜଣେ ଅମାୟିକ ଓ ଧର୍ମପରାୟଣ ମହିଳା ଭାବେ ସେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ଏହି ଉପଲକ୍ଷେ ଆଜି ସେକ୍ଟର ୧୪ ଲକ୍ଷ୍ମୀ ନାରାୟଣ ମନ୍ଦିରଠାରେ ଆୟୋଜିତ ଗଙ୍ଗା ଭୋଜି ଓ ସ୍ମୃତି ଚାରଣ ସଭାରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ନିହାର ରାୟ, ରମେଶ ଅଗ୍ରୱାଲ, ଡ଼ଃ ବିଦ୍ୟାଧର ରଣା, ଅନାଦି ମାହାତୋ, ଡ଼ଃ ସନାତନ ପ୍ରଧାନ, ସ୍ୱରୂପ ପାଣିଗ୍ରାହୀ, ଡ଼ଃ କିଶୋରୀ ଦାଶ, ପ୍ରକାଶ ପାଢ଼ୀ, ଡ ସମର ମୁଦାଲି, କୁଞ୍ଜବିହାରୀ ରାଉତ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ,ସଞ୍ଜୀବ ଭୋଇ, ବିନୋଦିନୀ ପ୍ରଧାନ, ଅଖିଳେଶ ପ୍ରଧାନ, କିରଣ ସାହୁ, ନିଖିଲେଶ ପ୍ରଧାନ, ଅନ୍ୱେଷା ପ୍ରଧାନ, ଗଣେଶ ଜୟସିଂହ, ବିଷ୍ଣୁ ପାତ୍ର ,ଦୀପକ ରାଉତ, ସୁବ୍ରତ ସାମନ୍ତରାୟ, ଡା. ଆର ସି ମେହେର, ଧୀରେନ ସେନାପତି ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ସ୍ମୃତି ଚାରଣ କରିଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି ।

jayashree
Leave A Reply

Your email address will not be published.