ଶିଶୁଶ୍ରମିକ ମୁକ୍ତ ଓଡିଶା ନିମନ୍ତେ ଜିଲ୍ଲା ସ୍ତରୀୟ ଆଲୋଚନା ସଭା

କଳାହାଣ୍ଡି, (ପ୍ରଦିପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବୁରାଟ କାର୍ଯ୍ୟାଳୟ ସଭାଗୁହଠାରେ ସି.ଏ.ସି.ଏଲ୍. ଓଡ଼ିଶା ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ସି.ଏ.ସି.ଏଲ. ଜାତୀୟ ଶିକ୍ଷା ବିଭାଗର ସହାୟତାରେ ଆଜି ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ସଂପର୍କରେ ଏକ ଜିଲ୍ଲା ସ୍ତ୍ରରୀୟ ଆଲୋଚନା ସଭା ସେବାଜଗତର ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ ମହାପାତ୍ର, ସମ୍ମାନୀତ ଅତିଥିଭାବେ ଜେଜେବି ସଦସ୍ୟା ସ୍ୱର୍ଣ୍ଣଲତା ମହାନ୍ତି, ଶିଶୁ ବିକାଶ ପ୍ରକଳ୍ପର ମହିଳା ପରିଦର୍ଶିକା ସ୍ୱର୍ଣ୍ଣଲତା ସାହୁ ମଂଚାସୀନ ରହି ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ସଂପର୍କରେ ନିଜ ନିଜର ମତପୋଷଣ କରିଥିଲେ । କର୍ତ୍ତବ୍ୟ ସଂଗଠନର ମୁଖ୍ୟ ଅଶୋକ ପଟ୍ଟନାୟକ, ଅନ୍ତୋଦୟ ସଂଗଠନର ମୁଖ୍ୟ ଦିଲୀପ କୁମାର ଦାଶ, ଜେଡ଼ବ୍ଲ୍ୟୁସିଟି ମୁଖ୍ୟ ଏଲ. ଗୁଣନିଧି, ଦାପ୍ତା ସଂଗଠନ ମୁଖ୍ୟ ଆଦର୍ଶ ଶର୍ମା, ଆଦିବାସୀ ନେତା ଧନସିଂ ମାଝୀ ପ୍ରମୁଖ ଯୋଗଦେଇ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ କରିବାକୁ ଆମକୁ ପୁଣି ଥରେ ଅଣ୍ଟା ଭିଡ଼ି ଆଗେଇ ଆସିବା ଉଚିତ ବୋଲି ନିଜ ନିଜ ମତ ରଖିଥିଲେ । କାର୍ଯ୍ୟକ୍ରମକୁ ପ୍ରଦୀପ କୁମାର ସାହୁ ପରିଚାଳନା କରିଥିବାବେଳେ କବି ତଥା ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ଧନ୍ୟବାଦା ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେବାଜଗତର ଶଙ୍କର ସୁନା, କୌରବ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.