
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବୃଦ୍ଧ, ବୃଦ୍ଧାଙ୍କୁ ଭତ୍ତା ମିଳିବାରେ ବିଳମ୍ବ ହେଉଥିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ତୁରନ୍ତ ଭତ୍ତା ପ୍ରଦାନ କରାଯିବା ପାଇଁ ଦାବି କରିଛନ୍ତି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘ ସଭାପତି ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଶୀ । ମାସର ୧୫ ତାରିଖ ଦିନ ବୃଦ୍ଧ, ବୃଦ୍ଧାଙ୍କୁ ଭତ୍ତା ଦିଆଯାଉଥିବା ବେଳେ ବ୍ୟାଙ୍କ ମାଧ୍ୟମରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ମାସ ଶେଷ ପରେ ମଧ୍ୟ ଭତ୍ତା ଟଙ୍କା ମିଳିନାହିଁ । ବୃଦ୍ଧ, ବୃଦ୍ଧା ଚାତକ ପରି ଭତ୍ତା ଟଙ୍କାକୁ ଅପେକ୍ଷା କରିଥିବା ବେଳେ ମାସ ଶେଷ ସୁଦ୍ଧା ଭତ୍ତା ମିଳୁନଥିବାରୁ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯାଉଛନ୍ତି । ବାରମ୍ବାର ଆକାଉଣ୍ଟ ଯାଞ୍ଚ ପରେ ମଧ୍ୟ ଟଙ୍କା ଜମା ହୋଇନଥିବା ଜାଣିବା ପରେ ହିତାଧିକାରୀ ହଇରାଣ ହେଉଛନ୍ତି । ପ୍ରଶାସନ ଓ ସରକାର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଆନ୍ଦୋଳନ ଚେତାବନୀ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନେକ ବୃଦ୍ଧ ବୃଦ୍ଧା ମାନେ ସାମିଲ ହୋଇଥିଲେ ।