ଯୁବ ହଷ୍ଟେଲର ବିଶ୍ୱ ପରିବେଶ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୩ ସ୍ଥିତ ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ତରଫରୁ ବିଶ୍ଵ ପରିବେଶ ଦିବସ ପାଳନ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ନିରଞ୍ଜନ ବେହେରାଙ୍କ ଆବାହକତ୍ଵ ଆଶିଷ ବିର୍ସା ହେମ୍ରମଙ୍କ ସଂଯୋଜନାରେରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହୀରାଲାଲ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ ତରଫରୁ ଏହି ଦିବସ ପ୍ରାୟ ୨୫ ବର୍ଷ ଧରି ପାଳନ ତଥା ସମାଜରେ ସଚେତନତା ବାର୍ତ୍ତା ବାଣ୍ଟୁଥିବାରୁ ସାଧୁବାଦ ଜଣାଇଥିଲେ । ପ୍ରଦୂଷଣ ପ୍ରତିରୋଧ କମିଟିର ଅଧ୍ୟକ୍ଷ ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟ ଅନୁଷ୍ଠାନର କାର୍ଯ୍ୟକ୍ରମ ଓ ପରିବେଶ ସୁରକ୍ଷା ଉପରେ ନିଆଯାଇଥିବା କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗୀତାରେ ପ୍ରାୟ ୧୬୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସଭାପତି ଅମିତାଭ ଠାକୁର, ଗୋରଖନାଥ ବାସ୍ତବ,ଏସ ଏନ୍ ଲେଙ୍କା, ସରୋଜ କୁମାର ପଟ୍ଟନାୟକ, ପ୍ରଫେସର ସିଂହମ ଜୟତୁ, ବିଜୟ ପଣ୍ଡା, ସମରକାନ୍ତ ମଲ୍ଲିକ, ଦେବାଶିଷ ମହାନ୍ତି, ରଞ୍ଜନ କୁମାର ବାରିକ, ସୁଚିତ୍ରା ମଲ୍ଲିକ, ଲୁସି ଦାଶ, ମୀନାକ୍ଷୀ ପାଢ଼ୀ, ନାରାୟଣ ପ୍ରସାଦ ମହନ୍ତ, କାମିନୀ ମହନ୍ତ, ଅର୍ଚ୍ଚନା ସାହୁ, ସୁଶୀଲ ଅଧିକାରୀ, କେ ସିଂ ପାଢ଼ୀ, ବିଶ୍ବନାଥ ପରିଡା, ସରୋଜ ପାତ୍ର, ସନ୍ତୋଷ ରଥ, ପ୍ରଦୀପ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଉପସଭାପତି ଶ୍ରୀ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.