
ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମିଳନୀ ତରଫରୁ ୨ ମାସ ପୂର୍ବରୁ ପଥଚାରୀଙ୍କୁ ପାଣି ଦହି ସର୍ବତ ବିତରଣ କରି ନିଜର ସାମାଜିକ ଦାୟିତ୍ଵ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜଗାଙ୍ଗପୁର ଥାନାଧିକାରୀ ମନୋରଞ୍ଜନ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଶ୍ରୀ ପ୍ରଧାନ ଏସଡିପିଓ ପଦୋନ୍ନୋତି ପାଇଥିବାରୁ ଉପଢୈ।କୋନ ଦେଇ ସମ୍ମାନିତ କରାଯାଇଥିଲା । ଅଧକ୍ଷ ଅନିତା ଅଗ୍ରୱାଲ ତାଙ୍କ ସମସ୍ତ ସଦସ୍ୟଙ୍କ ମିଳିତ ସହଯୋଗରେ ଆଜି ଶେଷ ଦିନରେ ଏକତ୍ରିତ ହୋଇ ଫଳ ସର୍ବତ ଗାମୁଛା ସହ ଛତା ବଣ୍ଟନ କରିଥିଲେ । ରାଜଗାଙ୍ଗପୁର ଥାନା ନିକଟସ୍ତ ରାସ୍ତାରେ ଯାଆ ଆସ କରୁଥିବା ଜନସାଧାରଣ ଏଭଳି ସେବାକାର୍ଯ୍ୟକୁ ଖୁବ ପ୍ରଶଂସା କରିଥିଲେ । ରାଜଗାଙ୍ଗପୁର ବିକାଶ ପରିଷଦ ଅଧକ୍ଷ ସୁନୀଲ ଅଗ୍ରୱାଲ, ପୂର୍ବତନ ସାର୍ବଜନିନ ଗଣେଶ ପୂଜା କମିଟିର ଅଧ୍ୟକ୍ଷ ତଥା ଉଦ୍ୟୋଗପତି କମଳ ଅଗ୍ରୱାଲ, ସବ ଇନିସ୍ପେକ୍ଟର ଦମୟନ୍ତି ମହନ୍ତ ଉପସ୍ଥିତ ଥିଲେ । ଅତିଥିଙ୍କ ଦ୍ୱାରା ଏହି ସଂସ୍ଥାକୁ ସବୁ ସମୟରେ ସହଯୋଗ ମିଳିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ କହିଥିଲେ । ଉଦ୍ୟୋଗପତି କମଳ ଅଗ୍ରୱାଲ ଅଖିଳ ଭାରତୀୟ ମାରୱାଡି ମହିଳା ସମିତିଙ୍କ ଅଧ୍ୟକ୍ଷ ଏବଂ ସମସ୍ତ ସଦସ୍ୟଙ୍କୁ ଉତ୍ସାହିତ କରିବା ସହ ଏହି ଧାର୍ମିକ ସେବା ଲାଗି ଖୁବ ପ୍ରଶଂସା କରିଥିଲେ । ଅଧ୍ୟକ୍ଷ ଅନିତା ଅଗ୍ରୱାଲ, ପୂର୍ବତନ ଅଧକ୍ଷ ରେଖା ଅଗ୍ରୱାଲ, ଡିମ୍ପଲ ଯୋଶୀ, ବବିତା ଅଗ୍ରୱାଲ, ସୁଶୀଳା ଅଗ୍ରୱାଲ, ଅଞ୍ଜୁ ଅଗ୍ରୱାଲ, ଗୁଲ୍ଲୁ ଅଗ୍ରୱାଲ, ପୂଜା ଅଗ୍ରୱାଲ, ଜୟମାନ୍ତି ଅଗ୍ରୱାଲ, ମାୟେରା ଅଗ୍ରୱାଲ ସମେତ ସମସ୍ତ ସଦସ୍ୟ ସାମିଲ ଥିଲେ ।