ଟିକରି ସୀମାରେ ୩୦ କିଲୋମିଟର ପର୍ୟ୍ୟନ୍ତ କୃଷକଙ୍କ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ : ଟିକରି ସୀମାରେ ୩୦ କିଲୋମିଟର ପର୍ୟ୍ୟନ୍ତ କୃଷକଙ୍କ ଟ୍ରାକ୍ଟର ରାଲି ଚାଲିଥିବା ସୂଚନାରେ କୁହାଯାଇଛି । ପ୍ୟାରେଡରେ ଲୋକମାନେ ଶାନ୍ତିପୂର୍ଣ୍ଣ ଭାବେ ଟ୍ରାକ୍ଟର ରାଲି ନେଉଥିବାର ଦେଖାଯାଉଛି । ଟ୍ରାକ୍ଟର ରାସ୍ତାର ଗୋଟିଏ ପାର୍ଶ୍ୱରେ ଚାଲୁଥିବା ବେଳେ ଅନ୍ୟ ପା‌ଶ୍ୱର୍ରେ କୃଷକମାନେ ଏହା ସହ ଚାଲୁଛନ୍ତି । ରାଲିରେ ଦେଶଭକ୍ତି ଗୀତ ଗାନ କରାଯାଉଛି । କୁହାଯାଇଛି ଯେ, ଏହି ଲମ୍ବା ଲାଇନ୍‌ କେତେ ଦୂର ଯାଏଁ ରହିଛି ତାହା କହିବା କଷ୍ଟସାଧ୍ୟ ହୋଇପଡ଼ିଛି । କୃଷକମାନେ କହିଛନ୍ତି ଯେ, ଏହି ରାଲି ତିରିଶ କିଲୋମିଟରରୁ ଅଧିକ ପଛରେ ଅଛି ।

ଦିଲ୍ଲୀର ନାଙ୍ଗଲୋଇ ଚୌକ୍‌ରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଟିକରି ସୀମାରୁ ମାଡ଼ି ଚାଲିଥିବା ଟ୍ରାକ୍ଟର ରାଲିର ଏକ ଅଂଶ ନାଙ୍ଗଲୋଇ ଚୌକ୍‌, ତେଣୁ ପୋଲିସ କୌଣସି ପ୍ରକାର ଯାନକୁ ଏହି ରାସ୍ତାରେ ଯିବାକୁ ଦେଉନାହିଁ ।

Leave A Reply

Your email address will not be published.