oom

ଖୁଲମ୍ ଖୁଲା ଦିନ ଦ୍ବିପହରରେ ଲୁଟ୍

jsmm

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିଗଡିବାରେ ଲାଗିଛି । କେଉଁଠି ହତ୍ୟା ତ’ କେଉଁଠି ମରଣାତ୍ମକ ଆକ୍ରମଣ । କେତେବେଳେ ଲୁଟ୍ ତ’ କେତେବେଳେ ଛିନ୍‌ତାଇ । ଏପରି ଏକ ବଡ଼ ଖବର ପହଞ୍ଚିଛି । ପାଟଣାଗଡ ରାମଜୀଛକ ନିକଟସ୍ଥ ମହାବୀର ଆଇରନ ଷ୍ଟୋର ମାଲିକ ପର୍ଶୁରାମ ଫଂସାରୀଙ୍କ ଠାରୁ ସ୍ପଷ୍ଟ ଦିବାଲୋକରେ ୪ ଲକ୍ଷ ଟଙ୍କା ଲୁଟି ନେଇଗଲେ ଦୁର୍ବୃତ୍ତ । ନୀଳ ରଙ୍ଗ ପଲସର ବାଇକରେ ଦୁଇଜଣ ଦୁର୍ବୃତ୍ତ ଆସି ଲୁଟିନେଲେ । ପାଟଣାଗଡ଼ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ଦୋକାନ ସାମ୍ନାରେ ପହଞ୍ଚି ବାଇକ ଡିକିରୁ ଟଙ୍କା କାଢି ଦୋକାନକୁ ଯିବା ସମୟରେ ଦୁର୍ବୃତ ମାନେ ବ୍ୟାଗ ଝାଂପି ନେଇ ଫେରାର୍‌ ହୋଇଯାଇଥିଲେ । ପାଟଣାଗଡ଼ ପୋଲିସ ଘଟଣାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଦୁର୍ବୃତ୍ତ ମାନଙ୍କୁ ଖୋଜିବାରେ ଲାଗିଛି ।

jittmm
Leave A Reply

Your email address will not be published.