pr

ସାମାଜିକ କର୍ମୀଙ୍କ ଘାସିରାମ ପଣ୍ଡାଙ୍କ ପ୍ରବନ୍ଧ ସଂକଳନ “ଅସୁମାରୀ ସ୍ବପ୍ନ”

dr. purohit

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ) : ଆ’କାର ଦ୍ଵାରା ପ୍ରକାଶିତ ସାମାଜିକ କର୍ମୀଙ୍କ ଘାସିରାମ ପଣ୍ଡାଙ୍କ ପ୍ରବନ୍ଧ ସଂକଳନ “ଅସୁମାରୀ ସ୍ବପ୍ନ”ର ସମୀକ୍ଷା ପାଇଁ ଏକ କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଠାରେ ଆୟୋଜିତ ହୋଇଯାଇଛି । ଇଂକ୍ ଫେଷ୍ଟ୍ରାକ ସଭାପତି ସ୍ବାଧୀନ କୁମାର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୁବର୍ଣ୍ଣପୁର ମୋନିଷା ବାନାର୍ଜୀ ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟ ନାରାୟଣ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଆଇନଜ୍ଞ ଗୌରୀଶ୍ୟାମ ପଣ୍ଡା ଓ ଶିକ୍ଷାବିତ୍ ଡ. ଦେବାଶିଷ ପାଣ୍ଡିଆ ପୁସ୍ତକର ସମୀକ୍ଷା କରିଥିଲେ । ଇଂକ୍ ଫେଷ୍ଟର ସମ୍ପାଦକ ଅମ୍ବୁଜ ବିହାରୀ ଶତପଥୀଙ୍କ କାର୍ୟ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରକାଶନ ସଂସ୍ଥା “ଆ’କାର”ର ମୁଖ୍ୟ ପ୍ରଭୁଦତ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.