jsm

ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ମହିଳା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ମହିଳା । ବଲାଙ୍ଗିର ଜିଲ୍ଲା ତାଲଜୁରି ଗ୍ରାମରୁ ପୁଷ୍ପାଞ୍ଜଳି ସା ନାମକ ଜଣେ ମହିଳା ଆଜି ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ପୁଷ୍ପାଞ୍ଜଳିଙ୍କ କହିବାନୁସାରେ ଗତ ମାର୍ଚ୍ଚ ୮ ତାରିଖରେ ତାଙ୍କ ସ୍ଵାମୀ ଓ ତାଙ୍କ ପୁଅ ପରୀକ୍ଷା ଦେବା ପାଇଁ ଯାଉଥିବା ବେଳେ ବଙ୍ଗୋମୁଣ୍ଡା ପେଟ୍ରୋଲ ପମ୍ପ ନିକଟ ଏକ ପୋଲ ଉପରୁ ଖସି ପଡ଼ିଥିଲେ । ଫଳରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତର ଖାନାକୁ ଆଣି ଭର୍ତ୍ତି କରିଥିଲେ । ଡାକ୍ତର ଚିକିତ୍ସା ପରେ ପୁଷ୍ପାଞ୍ଜଳିଙ୍କ ସ୍ୱାମୀଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତେବେ ଯେଉଁ ଦୁର୍ଘଟଣା ଘଟିଲା, ସେହି ଦୁର୍ଘଟଣା ବାଇକଟି ଭାରସାମ୍ୟ ହରାଇବା ଯୋଗୁଁ ହୋଇଥିଲା ବୋଲି ପୋଲିସ କହୁଛି, ହେଲେ ଭାରସାମ୍ୟ ହରାଇ ନୁହେଁ ବରଂ ଅଜଣା ଗାଡ଼ିଟି ଧକ୍କା ଦେବା ଫଳରେ ହୋଇଥିବା ନେଇ ଆମେ ସନ୍ଦେହ କରୁଛୁ, ତେଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଅନୁରୋଧ କରୁଛି ବଲାଙ୍ଗିର ଏସ୍‌ପିଙ୍କୁ ବୋଲି ପୁଷ୍ପାଞ୍ଜଳି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

yuvodaya
Leave A Reply

Your email address will not be published.