jittmm
sonalika

ଅବସରପ୍ରାପ୍ତ ଶିକ୍ଷକ ଝସକେତନ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସରେଇକେଲା ପଞ୍ଚାୟତ ସମ୍ବଲପୁରୀ ଗାଁର ଅବସରପ୍ରାପ୍ତ ଶିକ୍ଷକ ଝସକେତନ ସାହୁ (୮୧) ପରଲୋକ ହୋଇଛି । ବାର୍ଦ୍ଧକ୍ୟ ଜନିତରେ ଅସୁସ୍ଥତା ଥାଇ ପରଲୋକ ହୋଇଥିଲେ । ତାଙ୍କ ମୃତ୍ୟୁ ପଛରେ ଦୁଇ ପୁଅ ଆନନ୍ଦ ସାହୁ, ସେବାୟ ସାହୁ, ତିନି ଝିଅ ଜ୍ୱାଇଁ, ନାତି ନାତୁଣୀ ତଥା ପରିବାର ବର୍ଗଙ୍କୁ ଛାଡି ଚାଲିଯାଇଛନ୍ତି । ସେ ଅଞ୍ଚଳରେ ଜଣେ ଧର୍ମପରାୟଣ, ତଥା ମିଷ୍ଟଭାଷୀ ବ୍ୟକ୍ତି ଥିଲେ । ତାଙ୍କ ଅନ୍ତିମ ସଂସ୍କାର ସମୟରେ ବହୁ ଲୋକ ଉପସ୍ଥିତ ଥିଲେ । ତାଙ୍କ ବଡ଼ ପୁଅ ଆନନ୍ଦ ସାହୁ ମୁଖାଗ୍ନୀ ଦେଇଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.