jittmm
sonalika

ଖଣ୍ଡାୟତ କ୍ଷତ୍ରିୟ ଚଷା ପାଇକ ସମାଜର ଜାତୀୟ ସମାବେଶ : ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଭାତୃତ୍ୱଭାବ ସୃଷ୍ଟି ପାଇଁ ଗୁରୁତ୍ୱାରୋପ

ରାଉରକେଲା, (ସସ୍ମିତା ପ୍ରଧାନ) : ପୁରୀ ଲୋକନାଥ ରୋଡ ସ୍ଥିତ ଶ୍ରୀ ନୀଳାଚଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ପରିସରରେ ରାଷ୍ଟ୍ରିୟ ସର୍ଦ୍ଦାର ପଟେଲ ବିଚାର ମଞ୍ଚ ଓ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ଚଷା ପାଇକ ସମାଜର ତରଫରୁ ଏକ ଜାତୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପୁରୀ ଜିଲ୍ଲା ସଭାପତି ଶ୍ରୀଧର ଜେନା ଓ ଉପଦେଷ୍ଟା ତଥା କାର୍ଯ୍ୟକ୍ରମର ଆବାହକ ସୁକାନ୍ତ କିଶୋର ସାମନ୍ତରାୟଙ୍କ ଆବାହକତ୍ଵରେ ଆୟୋଜିତ ଏହି ସମାବେଶରେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ମୁଖ୍ୟଅତିଥି, ସ୍ୱତନ୍ତ୍ର ଅତିଥି ଭାବେ ରାଜସ୍ଥାନର ରାଷ୍ଟ୍ରିୟ ସର୍ଦ୍ଦାର ପଟେଲ ବିଚାର ମଞ୍ଚର ମୁଖ୍ୟ ଅଶୋକ ଜୀ ପଟ୍ଟଦାର, ମୁଖ୍ୟବକ୍ତା ଭାବେ ପ୍ରଫେସର ଡ ନବଘନ ପରିଡ଼ା, ସମ୍ମାନିତ ବକ୍ତାଭାବେ ମଧୁସୂଦନ ଦାସ ବିଚାର ମଞ୍ଚର ସଭାପତି ପ୍ରଫେସର ଡ. ବାୟାମନୁ ଚର୍ଚ୍ଚି, ସମ୍ମାନିତ ଅତିଥି ଭାବେ ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ପୁରୀ ପ୍ରାକ୍ତନ ନଗରପାଳ ଗୈାରହରି ପ୍ରଧାନ, ରାଜ୍ୟ କଞ୍ଜୁମର ଅଧ୍ୟକ୍ଷ ସୈାମେନ୍ଦ୍ର ଜେନା, ସମ୍ପାଦକ ପତିତପାବନ ଜେନା, ଗଞ୍ଜାମରୁ ବଂଶୀଧର ନାୟକ, କିଶୋର ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ଅନୁଷ୍ଠାନକୁ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବା ପାଇଁ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ସମସ୍ତ ଅତିଥିଗଣ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ୧୮୬୬ମସିହାରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ବିଭିନ୍ନ ଘାତ ପ୍ରତିଘାତ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସାମାଜିକ ପ୍ରତିବଦ୍ଧତା, ଦାୟିତ୍ଵବୋଧ ସହ ସମସ୍ତଙ୍କ ମଧ୍ୟରେ ଭାଇଚାରା ତଥା ନିଜର ସ୍ପଷ୍ଟନୀତିକୁ ଦୃଢ଼ତାର ସହ ଉପସ୍ଥାପିତ କରିବାକୁ ହେଲେ ଐକ୍ୟବଦ୍ଧତାକୁ ଗୁରୁତ୍ୱ ଦେବାକୁ ହେବ । ଏଥିପାଇଁ ଅନେକ ବିଭିନ୍ନ ଉଦାହରଣ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ଶ୍ର ଖୁଣ୍ଟିଆ ମା, ମାଟି, ଜାତି ପାଇଁ ସମର୍ପିତ ଭାବ, ପୁରୀ ସହରରେ ଡ. ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ସ୍ଥାପନ ଓ ଜିଲ୍ଲାର ୧୧ଟି ବ୍ଲକରେ ଖଣ୍ଡାୟତ ଚଷା ପାଇକ ଜାତି ପାଇଁ କମ୍ୟୁନିଟି ସେଣ୍ଟର୍ ପ୍ରତିଷ୍ଠା କରିବାକୁ ପ୍ରତିଶୃତି ଦେଇଥିଲେ । ମୁଖ୍ୟବକ୍ତା ପ୍ରଫେସର ଡ. ପରିଡ଼ା ସଂସ୍କୃତିକୁ ଜାଣିବା, ଶିକ୍ଷାରେ ସଂସ୍କୃତି ଓ ସଂସ୍କୃତର ଉପଯୋଗିତା ତଥା ଜାତିର ସଂଜ୍ଞା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ବକ୍ତା ଡ଼ଃ ଚର୍ଚ୍ଚି ଜାତିର ଅବକ୍ଷୟମୁଖି ପାଇଁ ଚିନ୍ତା ବ୍ୟକ୍ତ କରିବା ସହ ଖଣ୍ଡାୟତଙ୍କର ତିନି ପ୍ରକାର ଅସୀଜୀବୀ, ମତ୍ସଜୀବୀ ଓ କୃଷିଜୀବୀ ସମ୍ପର୍କରେ ଆଲୋଚନା କରିଥିଲେ । ଜାତି ପାଇଁ ସମର୍ପିତ ମଧୁସୂଦନ ଦାସ, କୃଷ୍ଣଚନ୍ଦ୍ର ଗଜପତି, ରାମଚନ୍ଦ୍ର ମର୍ଦ୍ଦରାଜ, ହରିହର ମର୍ଦ୍ଦରାଜଙ୍କ ଅବଦାନ ଓ ଯୁବପିଢୀଙ୍କୁ ସୁଯୋଗ ଦେବାକୁ ଗୁରୁତ୍ୱାରୋପ କରିଥିଲେ । ସ୍ୱତନ୍ତ୍ର ଅତିଥି ଶ୍ରୀ ପଟ୍ଟିଦାର ତାଙ୍କ ବକ୍ତବ୍ୟରେ ସଂଗଠନକୁ ସୁଦୃଢ ଓ ସର୍ଦ୍ଦାର ପଟେଲଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାପାଇଁ ଆହ୍ୱାନ ଦେଇଥିଲେ । ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶରେ ଜାତିଭାଇମାନେ ଅଧିକ ସଂଖ୍ୟାରେ ଥିବାରୁ ତଥା ଓଡିଶାରେ ଜାତିଭାଇ ଅଧିକ ସଂଗଠିତ ହେବା ପାଇଁ ଆ୍ୱାନ ଦେଇଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ କୁଞ୍ଜବିହାରୀ ରାଉତ, ନବକୃଷ୍ଣ ବରାଳ, ନରେନ୍ଦ୍ର ପଲେଇ, କାମେଶ୍ୱର ମହାନ୍ତି, ରତ୍ନାକର ରାଉତରାୟ, ଦୁର୍ଯୋଧନ ଜେନା, ତରୁଣ କୁମାର ସ୍ୱାଇଁ , ଆଇନଜୀବୀ ଭାସ୍କର ଜେନା, ପଞ୍ଚାନନ ବିଶ୍ୱାଳ, ପ୍ରତାପ ଚନ୍ଦ୍ର ଜେନା ପ୍ରମୁଖ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ବିଭୁଦତ୍ତ ଭିକାରୀ ଚରଣ ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ସଞ୍ଜୁକ୍ତା ଜେନା ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ପବିତ୍ରମୋହନ ପ୍ରଧାନଙ୍କ ବିଶେଷାଙ୍କ ଶବ୍ଦ ସୁରଭିକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ, ଗୁଜରାଟ, ବ୍ରହ୍ମଗିରି, କଣାସ, ରାଉରକେଲା, ପଟ୍ଟାମୁଣ୍ଡାଇ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ପିପିଲି, ସତ୍ୟବାଦୀ, ବ୍ରହ୍ମପୁର, ପୁରୀ, ଗଞ୍ଜାମ, ସିଉଳି ମହିବୀର ସଦର, ଢେଙ୍କାନାଳ ପ୍ରମୁଖ ଅଞ୍ଚଳର ବରିଷ୍ଠ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ କୈଳାଶ ଚନ୍ଦ୍ର ବରାଳ, କୈଳାଶ ଚନ୍ଦ୍ର ପଟ୍ଟିଦାର ଓ ଅନ୍ୟମାନେ ସହଯୋଗ କରିଥିଲାବେଳେ ଶେଷରେ ଦ୍ୱିଜବର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.