
ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରକାଶ ପାଇଲାନି ୧୧୮୫ ପିଲାଙ୍କ ଭାଗ୍ୟର ଫଳାଫଳ । ଆମରଣ ଅନଶନରେ ନଅ ଜଣ ଛାତ୍ରଛାତ୍ରୀ ଏବଂ ଆନ୍ଦୋଳନରେ ବସିଲେ ଶହ ଶହ ଛାତ୍ରଛାତ୍ରୀ । ସିବିଏସଇ ଦ୍ଵାରା ପରିଚାଳିତ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା ଫଲାଫଳ ଗତ ୧୩ ତାରିଖ ଦିନ ପ୍ରକାଶ ପାଇଥିଲା, ହେଲେ ପଦ୍ମପୁର ଉପଖଣ୍ଡର ୬ ଗୋଟି ବିଦ୍ୟାଳୟ ୧୧୮୫ ପିଲାଙ୍କ ପରୀକ୍ଷା ଫଲାଫଳ, ଆଜି ଯାଏଁ ପ୍ରକାଶ ପାଇନାହିଁ । ଅନ୍ୟପଟେ ଯୁକ୍ତ ଦୁଇ ଓ ଯୁକ୍ତ ତିନିରେ ନାମଲେଖା ପାଇଁ ଅନଲାଇନ ଆବେଦନ ଆରମ୍ଭ ହୋଇସାରିଛି । ପରୀକ୍ଷା ଫଳ ପ୍ରକାଶ କରି ନଥିବା ୧୧୮୫ ପିଲାଙ୍କ ଭବିଷ୍ୟତ, କଣ ହେବ ତାହାକୁ ନେଇ ଦ୍ଵନ୍ଦରେ ଛାତ୍ରଛାତ୍ରୀ ଓ ଅଭିଭାବକ । ଦୀର୍ଘ ଦିନ ଅପେକ୍ଷା ପରେ ସହ ସହ ଛାତ୍ରଛାତ୍ରୀ ଓ ଅଭିଭାବକ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରୁଛନ୍ତି ।