jittmm
sonalika

ରାଇବନ୍ଧ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରକଟ : ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଠାରେ ଲିଖିତ ଆବେଦନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) ଭଞ୍ଜନଗର ସବଡ଼ିଭିଜନ ଅଧୀନସ୍ଥ ସୋରଡା ବ୍ଳକରରାଇବନ୍ଧ ପଂଚାୟତରେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ଏନେଇ ୮ଜଣ ୱାର୍ଡ ମେମ୍ବର ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କୁ ଭେଟି ଉକ୍ତ ପଞ୍ଚାୟତର ୮ ଜଣ ୱାର୍ଡ ସଭ୍ୟସଭ୍ୟା ଏଥିନେଇ ପ୍ରସ୍ତାବ ଆଗତ ସ୍ୱରୂପ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇଛନ୍ତି । ଉପଜିଲ୍ଲାପାଳ ମଧ୍ୟ ଉକ୍ତ ଦରଖାସ୍ତ ଉପରେ ତର୍ଜମା କରିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିବା ୱାର୍ଡ ସଭ୍ୟ ସଭ୍ୟା ସୂଚନା ଦେଇଛନ୍ତି । ଉପଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ନୋଟିସ ଦେଇଥିବା ୮ ଜଣ ୱାର୍ଡ ସଭ୍ୟସଭ୍ୟା ହେଲେ ଦିଲ୍ଲୀପ ପ୍ରଧାନ, କୃଷ୍ଣଚନ୍ଦ୍ର ନାୟକ, ମିନତି କୁମାରୀ ସ୍ୱାଇଁ, ଅପସରି ପାତ୍ର, ନର୍ମଦା ସ୍ୱାଇଁ, ରବୀନ୍ଦ୍ର ଗୌଡ଼, ତାରିଣୀ ନାୟକ ଓ ସୁନିତା ନାୟକ । ଉପରୋକ୍ତ ୱାର୍ଡ ସଭ୍ୟସଭ୍ୟାମାନଙ୍କ ଅଭିଯୋଗ ହେଲା ରାଇବନ୍ଧ ପଞ୍ଚାୟତର ସରପଞ୍ଚ ୱାର୍ଡ ସଭ୍ୟସଭ୍ୟାମାନଙ୍କୁ ସହଯୋଗ କରୁନାହାନ୍ତି । ପଞ୍ଚାୟତର ବିକାଶ ଦିଗରେ ଏମାନଙ୍କ ସହ ଆଲୋଚନା ମଧ୍ୟ କରୁନାହାନ୍ତି । ଯାହା ଫଳରେ ପଞ୍ଚାୟତର ବିକାଶ ଏକପ୍ରକାର ଠପ୍ ହୋଇଯାଇଛି । ପଞ୍ଚାୟତର ବିକାଶ ପାଇଁ ଥିବା ୬୦ ଲକ୍ଷ ଟଙ୍କା ଜନ ସାଧାରଣଙ୍କ ହିତରେ ନଲାଗି ପଡି ରହିଛି । ତେଣୁ ଗୁରୁବାର ୮ ଜଣ ୱାର୍ଡ ସଭ୍ୟ ସଭ୍ୟା ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଭେଟି ତାଙ୍କୁ ଏ ବିଷୟରେ ଅବଗତ କରାଇବା ସହ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ୱାର୍ଡ ମେମ୍ଵରମାନେ ଉପଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ଦେବା ସହ ଏହାର ଏକ ନକଲ ସୋରଡା ବିଡିଓଙ୍କୁ ଦେଇଛନ୍ତି । ଏହି ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରେ ସୋରଡା ରାଜନୀତିରେ ଉଷ୍ମତା ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ ରାଇବନ୍ଧ ପଞ୍ଚାୟତର ମୋଟ ୧୧ ଜଣ ଓ୍ୱାର୍ଡ ସଭ୍ୟ ସଭ୍ୟା ମଧ୍ୟରୁ ଏବେ ୮ ଜଣ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରକଟ କରିଛନ୍ତି । ମିଳିଥିବା ଅନାସ୍ଥା ଦରଖାସ୍ତ ଉପରେ ତର୍ଜମା କରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.