jittmm
sonalika

ମେଗା ପାଇପ୍ ଲାଇନ୍ ଯିବା ପରେ ମରାମତି ନହେବାରୁ ବର୍ଷାପାଣିରେ ବୁଡ଼ି ରହିଛି ରାସ୍ତା : ଯାତ୍ରୀ ହନ୍ତସନ୍ତ

ବେଲବାହାଳୀ : ସାମାନ୍ୟ ବର୍ଷାରେ ଉବୁଟୁବୁ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଦେଓଗାଁ ମୁଖ୍ୟ ରାସ୍ତା । ମେଗା ପାଇପ୍ ଲାଇନ୍ ଯିବା ପରେ ମରାମତି ନହେବାରୁ ବର୍ଷାପାଣିରେ ବୁଡ଼ି ରହିଛି ରାସ୍ତା । ଫଳରେ ସ୍ଥାନୀୟ ଲୋକେ ଯାତାୟାତରେ ସମସ୍ୟା ଭୋଗୁଛନ୍ତି । ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ମେଗା ପାଇପ୍ ଲାଇନ୍ ନେବାପରେ ରାସ୍ତା ମରାମତି ନକରିବାରୁ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଦେଓଗାଁ ମୁଖ୍ୟ ରାସ୍ତାରେ ଜମି ରହିଛି ବର୍ଷାପାଣି । ରାତିସାରା ଲଗାଣ ବର୍ଷା ଯୋଗୁଁ ଲୋକଙ୍କ ଘରେ ବର୍ଷାପାଣି ପଶିଯାଉଛି । ଯାହାର ପ୍ରତିବାଦ କରିଛନ୍ତି ଗାଁ ଲୋକେ । ରାସ୍ତା ମଝିରେ ପଥର ରଖି, ଖଟିଆ ପକେଇ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି ଦେଓଗାଁ ଗ୍ରାମବାସୀ । ଯାହା ଫଳରେ ରାସ୍ତାରେ ଯିବା ଆସିବା କରୁଥିବା ଯାତ୍ରୀ ଅଟକି ରହିବା ସହିତ ସମସ୍ତ ଗାଡ଼ି ମଧ୍ୟ ଅଟକି ରହିଛି । ଯଥାଶୀଘ୍ର ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ସମସ୍ୟାର ସମାଧାନ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.