ଯାଜପୁର : ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଜାରକା କୁଆଖିଆ ମଝିରେ ଥିବା ଜଗନ୍ନାଥ ପେଟ୍ରୋଲ ପମ୍ପ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା । ଆମ୍ବୁଲାନ୍ସ ସହାୟକ ମୃତ ଡ୍ରାଇଭର୍ ଓ ଫାର୍ମାସିଷ୍ଟ ଆହତ । ସୂଚନାନୁଯାୟୀ, ଦଶରଥପୁର ବ୍ଲକ ଅଧୀନରେ ଥିବା ୧୦୮ ଆମ୍ବୁଲାନ୍ସ ୧୬ ନଂ ଜାତୀୟ ରାଜପଥ ଜାରକା କୁଆଖିଆ ମଝିରେ ଜଗନ୍ନାଥ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ସହାୟକ ବୌଲାଙ୍ଗ ମଧୁପୁର ଗ୍ରାମର ଅଚ୍ୟୁତା ନନ୍ଦ ବାରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର୍ ଓ ଫାର୍ମାସିଷ୍ଟ ଆହତ ହୋଇଛନ୍ତି । ମୃତଦେହ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଥିବା ବେଳେ ଆହତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।
