
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯାଇଥିବ ସୋନପୁର ବଲାଙ୍ଗିର ଏନ୍ଏଚ ୫୭ର ହରଡଖୋଲ ଛକ ନିକଟରେ ଦୁଲଦୁଲି ବାଜା ଗାଡ଼ି ଦୁର୍ଘଟଣାଗସ୍ତ । ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଗାଡ଼ି । ଘଟଣା ସ୍ଥଳରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ମଣ୍ଟୁ ଛତ୍ରିଆ ଓ ସୁଦାମ ଶିକା । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ବରଗଡ଼ ଜିଲ୍ଲା ତୁରା ଗାଁର ଦିଲଖୁସ ଦୁଲଦୁଳି ବାଜା ଗାଡ଼ି ଗୁରୁବାର ରାମପୁର ନିକଟରୁ ବୌଦ୍ଧ ଜିଲ୍ଲା ମନମୁଣ୍ଡାକୁ ଏକ ବାହାଘରରେ ବାଜା ବଜାଇବାକୁ ଯାଇଥିଲା । ସେଠାରେ ପ୍ରସେଶନ୍ ସାରି ଭୋର୍ରୁ ପୁଣି କଳାହାଣ୍ଡିକୁ ଯାଉଥିଲା । ଯିବାବେଳେ ଏକ ଟ୍ରକ୍କୁ ସାଇଡ଼ ଦେବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲା ଗାଡ଼ି । ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ହରଡଖୋଲ ପୋଲିସ ପହଞ୍ଚି ତନାଘନା ଜାରି ରଖିଛି ।