centurian jitm

ଭାରସାମ୍ୟ ହରାଇ ଓଲଟିଲା ମାକ୍ସପିକଅପ : ୩ ଆହତ

ରାୟଗଡ଼ା, (ଅକ୍ଷୟ କୁମାର ପିଡିସିକା) : ରାୟଗଡା ଜିଲ୍ଲା କୋଲନରା ବ୍ଲକ କାର୍ଲାକଣା ଛକରେ ଭାରସାମ୍ୟ ହରାଇ ଓଲଟିଲା ମାକ୍ସ ପିକ୍‌ଅପ୍‌ । ଗାଡିର ନମ୍ୱର ଓଡ଼ି ୧୮ ଏଲ୍‌୧୬୪୧ ହୋଇଥିବା ବେଳେ ଭୋର ସକାଳୁ କଲ୍ୟାଣସିଙ୍ଗପୁରରୁ ରାୟଗଡା ଅଭିମୁଖେ ଯାଉଥିଲା । ହଠାତ୍‌ ଗାଡ଼ିଟି ଭାରସାମ୍ୟ ହରାଇ କାର୍ଲାକଣା ଛକ ନିକଟରେ ଓଲଟି ପଡ଼ିଥିଲା । ଫଳରେ ଡ୍ରାଇଭର ସମେତ ଆଉ ୨ ଜଣ ଆହତ ହେଇଥିବା ଜଣାପଡ଼ିଛି । ଅଞ୍ଚଳବାସୀ ଦେଇଥିବା ସୂଚନା ଅନୁଯାୟୀ କଲ୍ୟାଣସିଂପୁରର ଜଣେ ବ୍ୟବସାୟୀଙ୍କ ମ୍ୟାକ୍ସ ପିକ୍‌ଅପ୍ ଭ୍ୟାନ ରାସନ୍ ଜିନିଷ ଆଣିବା ନିମନ୍ତେ ରାୟଗଡା ଅଭିମୁଖେ ଦୃତଗତିରେ ଯାଉଥିବା ବେଳେ କର୍ଲାକଣା ଛକର ଏକ ବୁଲାଣିରେ ଗାଡ଼ିକୁ ଆୟତ୍ତ କରିନପାରିରୁ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣାଗ୍ରସ୍ତ ଗାଡିରେ ଚାଳକ ସମେତ ତିନି ଜଣ ବସିଥିଲେ । ତେବେ ୩ ଜଣ ବ୍ୟକ୍ତିଙ୍କୁ ସାମାନ୍ୟ ଆଘାତ ଲାଗିଥିବା ଶୁଣିବାକୁ ମିଳିଛି ।

Leave A Reply

Your email address will not be published.