ଧରାପଡ଼ିଲା ସେନ୍‌ଚୁରିଆନ୍‌ ସିଏଫଓ ହିମାଂଶୁ ଶେଖର କବିଙ୍କ କାରନାମା

ଭୁବନେଶ୍ୱର : ସେନ୍‌ଚୁରିଆନ ବିଶ୍ୱବିଦ୍ୟାଳୟର ଜିଏସଟି ଠକେଇ ଘଟଣାର ନୂଆମୋଡ଼ ନେଇଛି । ସେନ୍‌ଚୁରିଆନ ବିଶ୍ୱବିଦ୍ୟାଳୟର ସିଏଫଓ ହିମମାଂଶୁ ଶେଖର କବିଙ୍କ ଚ‌ଞ୍ଚକତା ପଦାରେ ପଡ଼ିଛି । ସିଏଫଓ ହିମାଂଶୁ ଶେଖର କବିଙ୍କ ଚଞ୍ଚକତା ଓ ଜାଲିଆତି ବିରୋଧରେ ସେନ୍‌ଚୁରିଆନ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ପୁଲିସ ଖୋଳତାଡ ଆରମ୍ଭ କରିଛି । ଚ‌ଞ୍ଚକତା କରିଥିବା ସିଏଫଓ ହିମାଂଶୁ ଶେଖର କବି ଫେରାର ଥିବାବେଳେ ତାହାର ୩ ସହଯୋଗୀଙ୍କୁ ପୁଲିସ ଆଣି ଥାନାରେ ଅଟକ ରଖିଛି । ସେନ୍‌ଚୁରିଆନ୍‌ ଜିଏସଟି ଠକେଇ ଘଟଣାର ନୂଆମୋଡ ନେଇଛି । ଏହି କାରବାରରେ ମଧ୍ୟସ୍ଥି ସାଜିଥିବା ଶ୍ରୀ ଭେନ୍‌ଚର ଓ ସାଇ ସାନୁ ଏନ୍‌ଟରପ୍ରାଇଜେସ ନାମକ ସଂସ୍ଥାକୁ ବିଶ୍ୱବିଦ୍ୟାଳୟର ଭେଣ୍ଡର କହି ସିଏଫଓଙ୍କ ପ୍ରରୋଚନରେ ନିଜ ସଂସ୍ଥାର ଆକାଉ‌ଣ୍ଟକୁ ୮୪ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ସୁଜିତ୍‌ କୁମାର ଘଡେଇ, ନଳିନ ନାୟକ ଓ ଅମିତ ମଲ୍ଲିକ‌ ନାମକ ତିନିଜଣ ବ୍ୟକ୍ତିଙ୍କୁ ଜଟଣୀ ଥାନାରେ କେଶ୍‌ ନମ୍ବର ୧୭/୨୧ ଆଧାରରେ ଅଟକ ରଖାଯାଇଛି । ଏହା ସହ ସେମାନେ ବ୍ୟବହାର କରୁଥିବା ଦାମୀ ଗାଡିକୁ ମଧ୍ୟ ପୁଲିସ୍‌ ଜବତ କରିଛି । ପୁଲିସ୍‌ ଏହି ୩ ଜଣଙ୍କ ଘର ଉପରେ ଚଢାଉ କରି ୪୦ ଲକ୍ଷ ଟଙ୍କା ସିଜ୍‌ କରାଯାଇଥିବା କୁହାଯାଇଛି । ଅଟକ ରଖାଯାଇଥିବା ୩ ଅଭିଯୁକ୍ତମାନଙ୍କୁ ରବିବାର କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ବିଶ୍ବରଂଜନ‌ ସାହୁ ସୂଚନା ଦେଇଛନ୍ତି । ତେବେ ଏହି ଠକେଇର ମାଷ୍ଟର ମାଇଣ୍ଡ ବିଶ୍ୱବିଦ୍ୟାଳୟର ଚିଫ୍‌ ଫାଇନାନ୍ସ ଅଧିକାରୀ ହିମମାଂଶୁ ଶେଖର କବି ଫେରାର ଥିବା ଜଣାପଡ଼ିଛି । ଏଠାରେ ସୂଚାଇ ଦିଆଯାଇ ପାରେ ଅଟକ ଥିବା ୩ ବ୍ୟକ୍ତି ସିଏଫଓ ପ୍ରରୋଚନାରେ ଜାଲିଆତି କରି ବିଶ୍ୱବିଦ୍ୟାଳୟର ୮୦ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ନେଇଯାଇଥିଲେ । ପ୍ରକାଶ ଥାଉକି ପୁର୍ବରୁ ଜିଏସଟି ଠକେଇ ଘଟଣାରେ ସିବିଆଇ ସେନ୍‌ଚୁରିଆନ୍‌ର ଜଣେ ଓ ୩ ଜିଏସ୍‌ଟି ଅଧିକାରୀଙ୍କୁ ମିଶାଇ ୪ ଜଣଙ୍କୁ ଏକ ହୋଟେଲରୁ ଗିରଫ କରିଥିଲା ।

Leave A Reply

Your email address will not be published.