centurian jitm

ପୁସ୍ତକ ‘କ୍ୱେଷ୍ଚନ ବ୍ୟାଙ୍କ ଅନ କ୍ରିମିନାଲ ଲ’ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟର କନଫରେନ୍ସ ହଲଠାରେ ଗତ କାଲି ପୁସ୍ତକ ‘କୋଶ୍ଚିନ ବ୍ୟାଙ୍କ ଅନ କ୍ରମିନାଲ ଲ’ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରାଜଜ୍‌ ପବିତ୍ର ମୋହନ ସାମଲ, ସମ୍ମାନୀୟ ଅତିଥି ଫେମିଲି କୋର୍ଟ ଜର୍ଜ ବିକ୍ରମ କେଶରୀ ପଟ୍ଟନାୟକ, ବରିଷ୍ଠ ଆଇନଜୀବି ଅମରେନ୍ଦ୍ର ମିଶ୍ର ଏବଂ କଲେଜର ଅଧ୍ୟକ୍ଷ ସଞ୍ଜୀବ କୁମାର ପ୍ରଧାନ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଥମ ବର୍ଷର ଆଇନ ଛାତ୍ର ସାଇରାମ ଦାଶ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ପ୍ରଥମ ବର୍ଷ ଓ ଶେଷ ବର୍ଷର ଛାତ୍ରୀ ମାନେ ପୁଷ୍ପଗୁଚ୍ଛ ଦେଇ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ମଞ୍ଚାସୀନ ଥିବା ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କରାଗଲା । ମହାବିଦ୍ୟାଳୟର ଦୁଇ ଜଣ ସହକାରୀ ପ୍ରଧ୍ୟାପକ ଚଣ୍ଡୀ ପ୍ରସାଦ ଖମାରୀ ଏବଂ ସାର୍ଥକ କୁମାର ରଥଙ୍କ ଦ୍ୱାରା ପୁସ୍ତକ ‘କୋଶ୍ଚିନ ବ୍ୟାଙ୍କ ଅନ କ୍ରିମିନାଲ ଲ’ ରଚୟିତ । ମଞ୍ଚାସୀନ ଅତିଥିମାନେ ପୁସ୍ତକ- ‘କୋଶ୍ଚିନ ବ୍ୟାଙ୍କ ଅନ କ୍ରିମିନାଲ ଲ’ ର ଉଜ୍ଜ୍ୱଳମୟ କାମନା କରିଥିଲେ । ଆଇନଜୀବି, ମାନଗଣ୍ୟ ବ୍ୟକ୍ତି, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, କୋର୍ଟ କର୍ମଚାରୀ, କଲେଜ କର୍ମଚାରୀ ଓ କଲେଜର ସମସ୍ତ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଶେଷରେ କଲେଜର ସହକାରୀ ପ୍ରଧ୍ୟାପକ ମନିନ୍ଦର ସିଂ ହସଂପାଲ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.