
ଫୁଟବଲ୍ ଚାମ୍ପିୟାନସିପ୍ରେ ବାଂଲାଦେଶକୁ ପରାସ୍ତ କଲା ଭାରତ ; ଶୁଭେଚ୍ଛା ଜଣାଇଲେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ
ଭୂବନେଶ୍ୱର : ସପ୍ତମ SAFF U-19 ଫୁଟବଲ୍ ଚାମ୍ପିୟାନସିପ୍ରେ ବାଂଲାଦେଶକୁ ପରାସ୍ତ କରି ଭାରତୀୟ ଫୁଟବଲ ଟିମ୍ ବିଜୟ ହାସଲ କରିଛି । ଏହି ଐତିହାସିକ ବିଜୟ ନିମନ୍ତେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ଟିମ୍ ଭାରତର ସମସ୍ତ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରିଛନ୍ତି । ନିଜର ଶୁଭେଚ୍ଛା ବାର୍ତ୍ତାରେ ସେ କହିଛନ୍ତି ଯେ, ୭ମ SAFF U-19 ଫୁଟବଲ୍ ଚାମ୍ପିୟାନସିପ୍ରେ ଭାରତୀୟ ଫୁଟବଲ୍ ଟିମର ଐତିହାସିକ ବିଜୟ ପାଇଁ ଆମ ଦେଶ ଆଜି ଗର୍ବିତ । କଠିନ ପରିଶ୍ରମ ଓ ବିଚକ୍ଷଣ ପ୍ରଦର୍ଶନ ମାଧ୍ୟମରେ କ୍ରୀଡ଼ାବିତମାନେ ଏହି ସଫଳତା ଅର୍ଜନ କରିଛନ୍ତି । ଏହି ବିଜୟ ଆମ ଦେଶ ଓ ରାଜ୍ୟର ହଜାର ହଜାର କ୍ରୀଡ଼ାବିତମାନଙ୍କୁ କ୍ରୀଡ଼ାକ୍ଷେତ୍ରରେ ନିଜ ପାଇଁ ଏକ ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବାକୁ ନିଶ୍ଚିତ ଭାବରେ ପ୍ରେରିତ କରିଛି । ଆଗକୁ ମଧ୍ୟ ଆମ କ୍ରୀଡ଼ାବିତମାନେ ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ଆମ ଦେଶ ପାଇଁ ଗର୍ବ ଓ ଗୌରବ ଅର୍ଜନ କରି ଆମକୁ ଗୌରବାନିତ୍ୱ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି । ପ୍ରକାଶଯୋଗ୍ୟ ଯେ, ସାଉଥ୍ ଏସିଆନ୍ ଫୁଟବଲ୍ ଫେଡ଼େରେସନ୍ ଦ୍ୱାରା ଆୟୋଜିତ ୭ମ SAFF U-19 ଫୁଟବଲ୍ ଚାମ୍ପିୟାନସିପ୍ ବିଗତ୯ ମେ’ ଠାରୁ ଆରମ୍ଭ ହୋଇ୧୮ ମେ’ ପର୍ଯ୍ୟନ୍ତ ଭାରତର ଅରୁଣାଚଳପ୍ରଦେଶ ଠାରେ ଅନୁଷ୍ଠିତ ହୋଇଥିଲା । ବିଗତ ମେ’ ୧୮ ତାରିଖରେ ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚରେ ଭାରତୀୟ ଟିମ୍ ବିଜୟ ହାସଲ କରି ଚାମ୍ପିୟନ୍ ହୋଇଛନ୍ତି ।