centurian jitm

ଶ୍ରଦ୍ଧାର ୨୦୨୫- ୨୦୨୮ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାର ବାର୍ଷିକ ସମ୍ମିଳନୀ ଶ୍ରଦ୍ଧା ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଗତ ଦୁଇବର୍ଷର କାର୍ଯ୍ୟକ୍ରମ ଓ ଆୟବ୍ୟୟର ବିବରଣୀ ଦେବାସହ ଆଗାମୀ କାର୍ଯ୍ୟକ୍ରମ ଉପରେ ବିଶେଷ ବିବରଣୀ ରଖିଥିଲେ । ଆଗକୁ କିପରି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ନିଆଯିବ ଉପସ୍ଥିତ ସଭ୍ୟମାନଙ୍କୁ ସେମାନଙ୍କର ସହଯୋଗ ପାଇଁ ନିବେଦନ କରିଥିଲେ । ଶେଷରେ ସର୍ବସମ୍ମତିକ୍ରମେ ଆସନ୍ତା ୩ ବର୍ଷ ପାଇଁ ୨୦୨୫-୨୦୨୮ ପର୍ଯ୍ୟନ୍ତ କର୍ମକର୍ତ୍ତା ଚୟନ କରାଯାଇଥିଲା । କର୍ମକର୍ତ୍ତାଙ୍କ ମଧ୍ୟରେ ଡ. ରାମକୃଷ୍ଣ ବିଶ୍ଵାଳ – ସଭାପତି, ଡ଼ା. ପ୍ରଭାକର ନାୟକ -ଉପସଭାପତି, କାର୍ତ୍ତିକ ଚନ୍ଦ୍ର ପାଣ୍ଡବ – ସାଧାରଣ ସଂପାଦକ, ଅଜିତ କୁମାର ସ୍ଵାଇଁ – ଯୁଗ୍ମ ସମ୍ପାଦକ, ସର୍ବେଶ୍ଵର ମାନସିଂହ – କୋଷାଧ୍ୟକ୍ଷ ଏବଂ ସାଧାରଣ ପରିଷଦର ସଭ୍ୟ ଭାବେ ନରେଶ କୁମାର ପଟେଲ, ସୁମନ୍ତ କୁମାର ସ୍ଵାଇଁ, କବିତା ଦାସ, ସ୍ଵୟଂପ୍ରଭା ପାଣ୍ଡବ, ମୁକୁଲ ହାଁସଦା ଏବଂ ଜଗବନ୍ଧୁ ବେହେରା ପ୍ରମୁଖଙ୍କଙ୍କୁ ଚୟନ କରାଯାଇଛି । ଏତଦ୍ ବ୍ୟତୀତ ଅଭିଭାବକ କମିଟିରେ ଆଉ ୧୦ ଜଣଙ୍କୁ ନିଆଯାଇଛି । ଏମାନେ ସମସ୍ତେ ଆସନ୍ତା ୩ ବର୍ଷ ପାଇଁ ଶ୍ରଦ୍ଧାର କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବେ ।

Leave A Reply

Your email address will not be published.