oom

ସୃଜନ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ଆସର ଓ ପୁସ୍ତକ ଉନ୍ମୋଚନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସାହିତ୍ୟ ସଂଗଠନ ସୃଜନ ସାହିତ୍ୟ ସଂସ୍କୃତି ସଂସଦର ଏକ ସ୍ୱତନ୍ତ୍ର ଆସର ରବିବାର ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ସାହିତ୍ୟ ସାଧକଙ୍କ ଭିତ୍ତି ଭୂମି ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିବା ସାଂଗକୁ ସଦସ୍ୟ ମାନଙ୍କ ମଧ୍ୟରେ ସ୍ଵରଚିତ କବିତାପାଠ ଏବଂ ପୁସ୍ତକ ଉନ୍ମୋଚନ ଆନୁଷ୍ଠାନିକ ଭାବେ ସମାହିତ ହୋଇଥିବା ବେଳେ ଯାହାକି, ବରିଷ୍ଠ ଆଇନଜୀବୀ ଗୋକୁଳ ଚନ୍ଦ୍ର ପଣ୍ଡାଙ୍କ ରଚିତ “ମାନବିକ ଅଧିକାର ଗଣତନ୍ତ୍ର ଓ ସମାଜବାଦ ପଥରେ ଆଜିର ମଣିଷ” ନାମରେ ପ୍ରଣୀତ ପୁସ୍ତକ ଆନୁଷ୍ଠାନିକ ଭାବେ ଉନ୍ମୋଚନ ହୋଇଯାଇଛି । ଅନୁଷ୍ଠାନ ତରଫରୁ କବି ଡ.ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ୱତନ୍ତ୍ର ଆସରରେ ସମ୍ପାଦକ ସୋମନାଥ ସାହୁ, ମୁଖ୍ୟଅତିଥି ଗଣମାଧ୍ୟମର ପୁରୋଧା ପ୍ରାବନ୍ଧିକ, ସାହିତ୍ୟିକ ତଥା ପ୍ରାଧ୍ୟାପକ ଡ଼ଃ. ଭି. ରାଜେନ୍ଦ୍ର ରାଜୁ, ଆଇନଜୀବୀ ଗୋକୁଳ ଚନ୍ଦ୍ର ପଣ୍ଡା, ସମ୍ମାନୀତ ଅତିଥି ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି କେ. ସତ୍ୟନାରାୟଣ ରେଡି ପ୍ରମୁଖ ଯୋଗଦେଇ ଜଗନ୍ନାଥ ସଂସ୍କୃତି, ଭଞ୍ଜ କଳା ସାହିତ୍ୟର ମହତ୍ତ୍ୱ ସମ୍ପର୍କରେ ପ୍ରତିପାଦନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ରୀତା ରଥଙ୍କ ସଂଯୋଜନାରେ କବିତା ଆବୃତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସର୍ବଶ୍ରୀ ଶରତ ମହାପାତ୍ର, ମାଧବ ମହାପାତ୍ର, ଅଶ୍ୱିନୀ କୁମାର ଚୌଧୁରୀ, ଯତିରାଜ ନାୟକ, ବଳରାମ ପଲେଇ, ରାମଚନ୍ଦ୍ର ନନ୍ଦ, ଦୁର୍ଗା ଚରଣ ପଲେଇ, ତ୍ରିନାଥ ସାହୁ, ଏ. ବିଶ୍ୱମ୍ବର, ନରେନ୍ଦ୍ର ପଣ୍ଡା, ନିରଞ୍ଜନ ତ୍ରିପାଠୀ, ସନ୍ତୋଷ କୁମାର ଦାଶ, ରୀତା ରଥ, ଶୈଳବାଳା ପାଣିଗ୍ରାହୀ , ଉମାକାନ୍ତ ବେହେରା, ବିନୋଦିନୀ ନାୟକ ଯୋଗ ଦେଇ ସ୍ୱରଚିତ କବିତା ପଠନ କରିଥିଲେ ।

jittmm
Leave A Reply

Your email address will not be published.