centurian jitm

ବ୍ରଜପାତରେ ମୃତ୍ୟୁବରଣ କରିଥିବା ପରିବାରକୁ ଭେଟିଲେ ପାଇକମାଳ ଆଦିବାସୀ ଅନୁସୂଚିତ ଜାତି ଓ ଉପଜାତି କର୍ମଚାରୀ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ବରତୁଣ୍ଡା ପଞ୍ଚାୟତ ପୁରେନା ଗାଁରେ ଗୁରୁବାର ଘଟିଥିବା ବ୍ରଜପାତରେ ଜଣେ ନାବାଳକ ରଞ୍ଜିତ ଧରୁଆ (୮) ମୃତ୍ୟୁ ହୋଇଥିବାବେଳେ ସୋନୁ ଓରଫ ପଙ୍କଜ ଦଣ୍ଡସନା (୧୧) ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଶୁକ୍ରବାର ପାଇକମାଳ ବିଇଓ ପହଞ୍ଚି ପରିବାର ବର୍ଗକୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଓ ଜାମସେଠ ଆରଆଇ ମଧ୍ୟ ତାଙ୍କ ପରିବାରକୁ ଭେଟି ତହସିଲଦାରଙ୍କୁ ରିପୋର୍ଟ ଦେଇଛନ୍ତି । ଏନେଇ ପାଇକମାଳ ଆଦିବାସୀ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସଂଘ ପରିବାର ବର୍ଗ ଭେଟି ସମବେଦନା ଜଣାଇ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି ଅବସରରେ ସଂଘ ସମ୍ପାଦକ ନିଧି ମେହେର, ଉପଦେଷ୍ଟା ରାଧେଶ୍ୟାମ ମେହେର, ନିଯୁକ୍ତି ସମ୍ପାଦକ ସନ୍ତୋଷ ମେହେର, କୋଷାଧ୍ୟକ୍ଷ ସୁଜାତା ଧରୁଆ, ସଭ୍ୟ ବଜରଙ୍ଗ ବାରିକ, ପୁଷ୍ପାଞ୍ଜଳି ରାଉତ, ସହଦେବ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ପରିବାରବର୍ଗ ଶିଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.