oom

ଇଣ୍ଟରନେସନାଲ ବୁକ୍ସ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ବଲାଙ୍ଗିରର କୁନି ଝିଅ ଆଦ୍‌ଭୀରା

jsmm
  • ବହୁମୁଖି ପ୍ରତିଭା ପ୍ରତିଯୋଗିତାରେ ହେଲେ ଶ୍ରେଷ୍ଠ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ର କୁନିଝିଅ ଆଦ୍‌ଭୀରା ମିଶ୍ର ନିଜ ବହୁମୁଖୀ ପ୍ରତିଭା ବଳରେ ପଞ୍ଜାବର ଅମୃତସର ଠାରେ ଇଣ୍ଟରନେସନାଲ ବୁକ୍ସ ଅଫ୍ ରେକର୍ଡ ସଂସ୍ଥା ଦ୍ୱାରା ପୁରସ୍କୃତ ହେବା ସହ ଇଣ୍ଟରନେସନାଲ ବୁକ୍ସ ଅଫ୍ ରେକର୍ଡରେ ନିଜ ନାମକୁ ସ୍ଥାନିତ କରିଛନ୍ତି । ତିନି ବର୍ଷ ୨ ମାସର କୁନି ଝିଅ ଅତି କମଳ ବୟସରୁ ଅନେକ ଗୁଡିଏ ପ୍ରତିଭାର ଅଧିକାରୀ ହୋଇପାରିଛନ୍ତି । ସେ ଅନାୟାସରେ ଇଂରାଜୀ ବର୍ଣ୍ଣମାଳା ଓ ତତ୍ ସଂଲଗ୍ନ ଶବ୍ଦ ସଂଖ୍ୟା ୧ରୁ ୫୦ ପର୍ଯ୍ୟନ୍ତ, ଫଳ, ସମସ୍ତ ପନିପରିବା, ସମସ୍ତ ବନ୍ୟଜନ୍ତୁ, ଗୃହପାଳିତ ପଶୁ, ସାମୁଦ୍ରିକ ଜୀବ, କୀଟପତଙ୍ଗ ତା ସହିତ ପରିବହନର ସମସ୍ତ ମାଧ୍ୟମ, ବୃତ୍ତି, ରଙ୍ଗ, ବିଭିନ୍ନ ଆକାର, ମଣିଷ ଶରୀର ଓ ତାର ଅଙ୍ଗ ପ୍ରତ୍ୟଙ୍ଗ, ଖାଦ୍ୟ ସାମଗ୍ରୀ, ସପ୍ତାହର ସାତ ଦିନ, ବର୍ଷର ସମସ୍ତ ମାସ, ଟ୍ରାଫିକ ସଂକେତ, ଗାୟତ୍ରୀ ମନ୍ତ୍ରକୁ ନିଜ ମୁହଁରେ ନିର୍ଭୁଲ ଭାବରେ କହିପାରୁଛନ୍ତି । ତା ସହିତ ସମସ୍ତ ଇଂରାଜୀ ଅକ୍ଷର, ୧ରୁ ୧୦ ପର୍ଯ୍ୟନ୍ତ ଇଂରାଜୀ ସଂଖ୍ୟା ମୁଖସ୍ତ କରି ଜୁରି ସାମ୍ନାରେ ନିର୍ଭୁଲ ଭାବରେ ଉତ୍ତର ରଖିପାରିଛନ୍ତି । ଏପରିକି ବିଭିନ୍ନ ପ୍ରକାର ପଜଲ୍ସ ଗେମ ସହ ବ୍ୟାଡମିଣ୍ଟନରେ କ୍ରମାଗତ ଭାବେ ୧୧୦ ଷ୍ଟୋକ କରିବା ବିରଳ ରେକର୍ଡ କରି ବେଷ୍ଟ ମଲ୍ଟି ଟେଲେଣ୍ଟେଟ କିଟ୍‌ ଆଖ୍ୟା ଅର୍ଜନ କରିଛନ୍ତି । ତା ସହ ୬୬ ସେକେଣ୍ଡରେ ୧୧୦ ପାହାଚ ଚଢି ଇଣ୍ଟର ନେସନାଲ ବୁକ୍ସ ଅଫ୍ ରେକର୍ଡରେ କୁନି ଝିଅ ଅଦ୍‌ଭୀରା ମିଶ୍ର ନିଜ ନାମକୁ ସ୍ଥାନିତ କରି ବଲାଙ୍ଗିର ପାଇଁ ଗୌରବ ଆଣିଛନ୍ତି । ଅଦ୍‌ଭୀରା ହେଉଛନ୍ତି ବଲାଙ୍ଗିର ସହରର ଅଦ୍ୟାଶା ମିଶ୍ର ଓ ଅଭିଜିତ ମିଶ୍ରଙ୍କ ଏକମାତ୍ର କନ୍ୟା ତଥା ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କ ସାନ ଭାଇ ବିରେନ୍ଦ୍ର କୁମାର ମିଶ୍ରଙ୍କ ପୌତ୍ରୀ । ଏହି କୁନି ଝିଅର ସଫଳତାରେ ବଲାଙ୍ଗିର ସହରର ଅନେକ ଲୋକ ଖୁସିବ୍ୟକ୍ତି କରିବା ସହ ଝିଅର ଆଗାମୀ ଭବିଷ୍ୟତ ସଫଳତା ଲାଭ କରୁ ବୋଲି କାମନା କରିଛନ୍ତି ।

jittmm
Leave A Reply

Your email address will not be published.