oom

ବିଜେପି ପକ୍ଷରୁ ଛତ୍ରପୁର ସହରରେ ପରାକ୍ରମ ରାଲି ବାଇକ୍ ଶୋଭାଯାତ୍ରା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଜନତା ପାର୍ଟି ଛତ୍ରପୁର ନିର୍ବାଚନ ମଣ୍ଡଳୀ ତରଫରୁ ଅପରେସନ ସିନ୍ଦୁର ପରାକ୍ରମ ବର୍ଣ୍ଣାଢ଼୍ୟ ବାଇକ୍ ଶୋଭାଯାତ୍ରା ଶୁକ୍ରବାର ଆୟୋଜନ ହୋଇ ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରା ଛତ୍ରପୁର ଅପର ବସଷ୍ଟାଣ୍ଡ ଠାରୁ ବାହାରି ସହର ପରିକ୍ରମା କରି ଲୋଏର ବସଷ୍ଟାଣ୍ଡରେ ପହଞ୍ଚିଥିଲା । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ପ୍ରାୟତଃ ୨ହଜାରରୁ ଅଧିକ ଲୋକଙ୍କ ଯୋଗଦାନରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଅପରେସନ୍ ସିନ୍ଦୁର” ସଫଳତା ପରିପ୍ରେକ୍ଷୀରେ ଭାରତୀୟ ସଶସ୍ତ୍ର ବାହିନୀର ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବା ସକାଶେ ତ୍ରିରଙ୍ଗା ପତାକା ଉଡାଇ ଶାନ୍ତିପୂର୍ଣ୍ଣ ଭାବେ ଭାରତୀୟ ବୀର ଜବାନ ମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ସାହସକୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ସମସ୍ତେ ଏକତ୍ରୀତ ହୋଇ ଭାରତ ମାତାକି-ଜୟ ଧ୍ୱନିରେ ଶୋଭାଯାତ୍ରା ଛତ୍ରପୁର ସହର ପରିକ୍ରମା ପୂର୍ବକ ଆଗକୁ ବଢିଥିଲା । ଏଥିରେ ଗଞ୍ଜାମ ଜ଼ିଲ୍ଲା ଭାଜପା ସଭାପତି ସରୋଜ ସାବତ, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ପ୍ରଦୀପ ପାଢ଼ୀ, ପଦ୍ମ ଚରଣ ସାହୁ, ଛତ୍ରପୁର ମଣ୍ଡଳ ସଭାପତି ସଂଜିତ ରାଉଳ, ବ୍ରହ୍ମପୁର ଏମ୍‌ପି ପ୍ରତିନିଧି ସନ୍ତୋଷ ରେଡ୍ଡୀ, ଟି. ଚନ୍ଦ୍ରଶେଖର ରେଡ୍ଡୀ, ପି. ଧର୍ମା ରେଡ୍ଡୀ, ଡି.କେ. ରାଓ, ବନୋଜ ନାହାକ, ରୁଈନା ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ପଣ୍ଡା, ସୁରେଶ ରେଡ୍ଡୀ, ରାଜେନ୍ଦ୍ର ପଲେଇଙ୍କ ସମେତ ବହୁ ଭାଜପା ନେତା ଓ କର୍ମୀ ବହୁ ଗଣ୍ୟମାନ୍ୟ ନେତ୍ତୃବର୍ଗ ସାମିଲ ହୋଇ ତ୍ରିରଙ୍ଗା ପତାକା ଉଡ଼ାଇ ଦେଶ ମାତୃକାର ଜୟଗାନରେ ନିଜକୁ ଉତ୍ସର୍ଗୀକୃତ କରିଥିଲେ ।

jittmm
Leave A Reply

Your email address will not be published.