oom

ରେଡକ୍ରସ ସୋସାଇଟି ତରଫରୁ ସାମାଜିକ ସେବା ଶିବିର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରମୁଖ ପୁର୍ଣ୍ଣ୍ୟକ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳି ହରିଶଙ୍କର ଠାରେ ୫ ଦିନ ବ୍ୟାପି ହରିଶଙ୍କର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ରେଡକ୍ରସ ସୋସାଇଟି ବଲାଙ୍ଗିର ଶାଖା ତରଫରୁ ବଲାଙ୍ଗିର ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ସୋସାଇଟିର ସଭାପତି ଗୌରୱ ଶିୱାଜି ଇସଲୱାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ମାର୍ଗଦର୍ଶନ ଓ ଜିଲ୍ଲା ଜରୁରୀକାଳିନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସ ସୋସାଇଟିର ସଂପାଦକ ସସ୍ମିତା ପ୍ରଧାନଙ୍କ ସଂଯୋଜନାରେ ସାମାଜିକ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ପାଟଣାଗଡ ଉପଜିଲ୍ଲାପାଳ ସୁନିଲ ମେହେର ଶିବିରକୁ ନିରକ୍ଷଣ ଦାୟିତ୍ୱ ନେଇଥିଲେ । ଲକ୍ଷାଧିକ ଶ୍ରଦ୍ଧାଳୁ, ଦୋକାନୀ, ପ୍ରଶାସନିକ ଅଧିକାରୀ ତଥା ଅନ୍ୟମାନଙ୍କୁ ସେବା ଯୋଗାଇବା ପାଇଁ ସାମାଜିକ ସେବା ଶିବିରର ୍ୱୂଳଲକ୍ଷ୍ୟ ଥିଲା । ସାମାଜିକ ସେବା ଶିବିରରୁ ଲୋକମାନଙ୍କୁ ପ୍ରାଥମିକ ଚିକିତ୍ସା ସ୍ଥାନାନ୍ତରଣ, ମନ୍ଦିର ପରିସର ଓ ସନ୍ନିକଟ ଝରଣା ଆବର୍ଜନା ସଫେଇ, ଶୃଙ୍ଖଳା ସହିତ ପରିବେଶ ସଚେତନତା ଆଦି ରେଡକ୍ରସ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ସଂପାଦିତ ହୋଇଥିଲା । କାର୍ଯ୍ୟକ୍ରମରେ ରେଡକ୍ରସ ସ୍ୱେଚ୍ଛାସେବୀ ଭାବରେ ରାମ ନାରାୟଣ ଦାଶ, ଘନଶ୍ୟାମ ମେହେର, ପ୍ରଭାକର ଛନ୍ଦ, ବନମାଲି ମେହେର, ପ୍ରଶାନ୍ତ କୁମାର ମିଶ୍ର, ଦୁର୍ଯୋଧନ ପଶାୟତ, ସଂଜିବ ଦାଶ, ହରିଶଙ୍କର ପୁରୋହିତ, ଅମର ବେହେରା, ରୁବି ବେହେରା, ମନୋଜ ବାରିକ, ରାଧେଶ୍ୟାମ ରାଉତ, ଶୃତି ନାଗ, ପ୍ରତୀମା ଭୋଇ, ତେଜସ୍ମିନୀ ଧରୁଆ, ମାଧୁରି କଠାର, ଲିପୁନ ପଟେଲ ପ୍ରମୁଖ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଜରୁରୀକାଳିନ କାର୍ଯାଳୟର ସଂଜୟ ମିଶ୍ର, ଜୟନ୍ତ ବେହେରା, ଚନ୍ଦନ କୁମାର ରଥ, ଇସାନେଶ୍ୱର ମିଶ୍ର ତଥା ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.