csstore

ପ୍ରେରଣାର ଉତ୍ସ ଆପ୍ରାଇଜ଼ ଗ୍ରୁପ ଅଫ ଇନ୍ଟିଟ୍ୟୁସନ

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆପ୍ରାଇଜ଼ ଗ୍ରୁପ ତାର ବିଭିନ୍ନ ଶାଖା ମାନଙ୍କରେ ବାପା ଓ ମା ଛେଉଣ୍ଡ ଛାତ୍ର ଓ ଛାତ୍ରୀମାନଙ୍କୁ ସମ୍ପୂର୍ଣ ମାଗଣା ରେ ପାଠ ପଢାଇବ ଓ ଯୁକ୍ତ ଦୁଇରେ ୯୦ ପ୍ରତିଶତ ମାର୍କ ରଖିଥିବା ଛାତ୍ର ଓ ଛାତ୍ରୀ ମାନଙ୍କୁ ଏକ ଲକ୍ଷ ଟଙ୍କା ନଗଦ ରାଶି ପ୍ରଦାନ କରିଆସୁଛି । ଏହା ସହିତ ସହିଦ ବୀର ଯବାନ ମାନଙ୍କ ପୁଅ ଓ ଝିଅମାନଙ୍କୁ ମଧ୍ୟ ମାଗଣାରେ ଶିକ୍ଷାଦାନ କରିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ ଇଂ ଜଗଦୀଶ ଚନ୍ଦ୍ର ବେହରା ସୂଚନା ପ୍ରଦାନ କରିଛନ୍ତି । ପ୍ରକାଶ ଥାଉ କି ମହାମାରୀ କରୋନା ସମୟରେ ନିଜ ମା ବାପାଙ୍କୁ ହରେଇ ଥିବା ପୁଅ ଝିଅ ତଥା ଗରିବ ଶ୍ରେଣୀରେ ଅନ୍ତର୍ଭୁକ୍ତ ଥିବା ପୁଅ ଝିଅ ମାନଙ୍କୁ ଉଚ୍ଚମାନର ଶିକ୍ଷା ଦାନ କରିବା ସହିତ ସମ୍ପୂର୍ଣ ଭାବରେ ମାଗଣା ଶିକ୍ଷାଦାନ କରାଯିବ ବୋଲି ଆପ୍ରାଇଜ଼ ଗ୍ରୁପ ପକ୍ଷରୁ ଏକ ପ୍ରେସ୍ ବିବୃତିରେ ସୂଚନା ପ୍ରଦାନ କରାଯାଇଛି । ଏହି ଖବର ପାଇଁ ଅଭିଭାବକ ମହଲ ରେ ଖୁସି ଖବର ଖେଳିଯାଇଛି । ଆଜି ଏହି ପରି ବାପା ମା ଛେଉଣ୍ଡ ଜଣେ ଛାତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ତାଙ୍କ ନାମ ଚୟନ ହୋଇଛି ।

jayashree
Leave A Reply

Your email address will not be published.