csstore

ନୂତନ ବ୍ଲକ ଶିକ୍ଷାଧିକାରୀ ଭେଟିଲେ ବ୍ଲକ ଓଷ୍ଟା ପ୍ରତିନିଧି ଦଳ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ନୂତନ ଭାବେ ଯୋଗଦାନ କରିଥିବା ଗୋଷ୍ଠୀ ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ଯୋଶୀଙ୍କୁ ମଙ୍ଗଳବାର ବ୍ଲକ ଓଷ୍ଟା ପ୍ରତିନିଧି ଦଳ ତରଫରୁ ସୌଜନ୍ୟ ମୂଳକ ଭାବରେ ସାକ୍ଷାତ କରିଥିବା ଜଣାଯାଇଛି । ଏଥିରେ ନୂତନ ଶିକ୍ଷାଧିକାରୀ ଶ୍ରୀ ଯୋଶୀଙ୍କୁ ଭେଟି ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିବା ଉପଢୌକନ ସହ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ସମୟରେ ବିଆରସିସି ନାରାୟଣ ଭୋଇ, ଅତିରିକ୍ତ ଶିକ୍ଷାଧିକାରୀ ନରେନ୍ଦ୍ର ସାହୁ, ଓଷ୍ଟା ରାଜ୍ୟ ସମ୍ପାଦିକା ରଂଜିତା ମିଶ୍ର, ବ୍ଲକ ଓଷ୍ଟା ସଭାପତି ହେମନ୍ତ ବେମାଲ, ସମ୍ପାଦକ ମନୋଜ କୁମାର ବେହେରା, ଜ୍ୟୋସ୍ନା ତ୍ରିପାଠୀ, ପ୍ରଫୁଲ୍ଲ ସାହୁ, ତୀରେନ୍ଦ୍ର ପ୍ରଧାନ, ପର୍ଶୁରାମ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.