csstore

ଛତ୍ରପୁରର ଗୌରବ ବିଷ୍ଣୁ ପ୍ରସାଦ ଶତପଥୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଦ୍ୟ ପ୍ରକାଶିତ ସର୍ବଭାରତୀୟ ସି.ବି.ଏସ୍.ଇ. ଦ୍ୱାଦଶ ବିଜ୍ଞାନ ବିଭାଗ ପରୀକ୍ଷାରେ ଭୁବନେଶ୍ୱର ସ୍ଥିତ ଡି.ଏ.ଭି, ଚନ୍ଦ୍ରଶେଖରପୁରରେ ଅଧ୍ୟୟନ କରୁଥିବା ଛତ୍ରପୁର ସହରାଞ୍ଚଳର ବିଷ୍ଣୁ ପ୍ରସାଦ ଶତପଥୀ ଗଣିତରେ ୧୦୦ ମାର୍କ, ଇଂରାଜୀରେ ୯୭, ପଦାର୍ଥ ବିଜ୍ଞାନରେ ୯୭, ରସାୟନ ବିଜ୍ଞାନରେ ୯୮, ଶାରୀରିକ ଶିକ୍ଷାରେ ୯୮ ନମ୍ବର ରଖି ସର୍ବମୋଟ ୯୮% ମୂଲ୍ୟାଙ୍କନ ପ୍ରାପ୍ତ କରିଛନ୍ତି । ସେ ବର୍ତ୍ତମାନ ଅଧ୍ୟୟନ କରୁଥିବା ଡି.ଏ.ଭି, ଚନ୍ଦ୍ରଶେଖରପୁରରେ ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି । ପୂର୍ବରୁ ଛତ୍ରପୁର କାରମେଲ କନଭେଣ୍ଟ ସେକଣ୍ଡାରୀ ସ୍କୁଲ ଛତ୍ରପୁର ଠାରେ ପଢ଼ିବା ସମୟରେ ଆଇ.ସି.ଏସ.ଇ ଦଶମ ଫଳାଫଳରେ ଓଡିଶା ଟପ୍ପର ହୋଇଥିଲେ ଏବଂ ଗତ ଅଳ୍ପଦିନ ତଳେ ପ୍ରକାଶିତ ଜେ. ଇ. ମେଇନରେ ୯୯.୯୩୬୭% ନମ୍ବର ପ୍ରାପ୍ତ କରିଥିଲେ । ବିଷ୍ଣୁ ପ୍ରସାଦ ଛତ୍ରପୁର ସହରର ପାତ୍ରସାହି ସ୍ଥିତ ଦୁର୍ଗା ପ୍ରସାଦ ଶତପଥୀ ଏବଂ ରଶ୍ମିତା ଶତପଥୀଙ୍କ ପୁତ୍ର ଏବଂ ପ୍ରଶାନ୍ତ ଶତପଥୀଙ୍କ ପୁତୁରା ଅଟନ୍ତି । ଏହି କୃତୀତ୍ୱ ପାଇଁ ସେ ବିଦ୍ୟାଳୟର ସମସ୍ତ ଗୁରୁଜୀ ବୃନ୍ଦ ଏବଂ ପରିବାରର ସମସ୍ତ ଗୁରୁଜନ ମାନଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି । ଆଗକୁ ଜେଇଇ ଆଡ଼ଭାନ୍ସରେ କୃତୀତ୍ୱର ସହ କୃତକାର୍ଯ୍ୟ ହୋଇ ଜଣେ ଦକ୍ଷ ଆଇ. ଟି ଇଞ୍ଜିନିୟର ହେବା ପାଇଁ ଆଶା ରଖିବା ସହ ସମସ୍ତ ଗୁରୁଜନ ତଥା ଶୁଭେଛୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

jayashree
Leave A Reply

Your email address will not be published.