oom

ପାଇକମାଲ ବ୍ଲକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଏକ ବୈଠକ ଅନିଲ କୁମାର କାଲିଆଙ୍କ ସଭାପତିତ୍ବରେ ନୃସିଂହନାଥ ସ୍ଥିତ ଗାୟତ୍ରୀ ମଣ୍ତପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାର ଉଦ୍ଦେଶ୍ୟ ଜ୍ଞାପନ ସହ ସମସ୍ତ ସଭ୍ୟମାନଙ୍କୁ ସ୍ବାଗତ କରିଥିଲେ ଗିରିଶ ଚନ୍ଦ୍ର ନାୟକ । ଗତବର୍ଷ ମହାମାରୀ କରୋନା ସମୟରେ ମୃତ ବ୍ୟକ୍ତିଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇ ମହାମାରୀ ଶୀଘ୍ର ବିଦାୟ ପାଇ ଭଗବାନଙ୍କ ଠାରେ ପ୍ରାର୍ଥନା କରାଯାଇଥିଲା । ନୂତନ ସଭ୍ୟମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍‌ସ୍ୱାଗତ କରାଯାଇଥିଲା । ସଭ୍ୟ ମାନଙ୍କର ଅଭାବ, ଅସୁବିଧା ଏବଂ ବିଭିନ୍ନ ସମସ୍ୟାର ଆଲୋଚନା କରାଯାଇ ସମସ୍ୟା ଦୂରୀକରଣ ପାଇଁ ପ୍ରସ୍ତାବ ଗ୍ରହଣ ହୋଇଥିଲା । ସର୍ବସମ୍ମତିକ୍ରମେ ୨ ବର୍ଷ ପାଇଁ କର୍ମକର୍ତ୍ତା ଚୟନ କରାଯାଇ ସଭାପତି ଅନିଲ କୁମାର କାଲିଆ, ସଂପାଦକ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ କୁବେର ରଣା, ଟେମରୀ ଜୋନରୁ ଉପ ସଭାପତି ପିତାମ୍ବର ସାହୁ, ମାଣ୍ତୋସିଲ ଜୋନରୁ ଉପ ସଭାପତି ମିନକେତନ ପ୍ରଧାନ ଏବଂ ଗିରିଶ ନାୟକ, ବିପିନ ବିହାରୀ ଠାକୁର, ଶରତ ଚନ୍ଦ୍ର ପଟେଲ, ଟଙ୍କଧର ପଧାନ, ମହେନ୍ଦ୍ର ସାହୁ, ଦୌତାରି ମାଝୀ, ମାୟାଧର ଧରୁଆ, ପୂର୍ଣ୍ଣ ବରିହାଙ୍କୁ କମିଟିର ବିଭିନ୍ନ ପଦ ପଦବୀରେ କର୍ମକର୍ତ୍ତା ଭାବରେ ରଖାଯାଇଥିଲା । ଆଗାମୀ ଦିନରେ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ କମିଟିର କର୍ମକର୍ତ୍ତା ମାନେ ବିଭିନ୍ନ ଗାଁ ମାନଙ୍କୁ ଯାଇ ଅନୁଧ୍ୟାନ କରିବା ପାଇଁ ଶେଷରେ ଆଲୋଚନା ହୋଇଥିଲା । ବୈଠକରେ ଉପସ୍ଥିତ ସମସ୍ତ ଅବସର କର୍ମଚାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଶଙ୍କର ପ୍ରସାଦ ଦାସ ।

jittmm
Leave A Reply

Your email address will not be published.