csstore

ବୈଶାଖ ମେଳାରେ ଷଷ୍ଠ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ପ୍ରଭୁ ଶ୍ରୀ ଶ୍ରୀ ମାର୍ଜାର କେଶରୀ ଜନ୍ମୋତ୍ସବ ପାଳନ ଅବସରରେ ଷଷ୍ଠ ସନ୍ଧ୍ୟାରେ ବୈଶାଖ ମେଳା କମିଟି ତରଫରୁ ଆୟୋଜିତ ସାଂସ୍କୃତିକ ମଞ୍ଚ ଢୋଲ ନିଶାନ ଆଦି ବାଦ୍ୟର ତାଳେ ତାଳେ ଦୁଲକି ଥିଲା । ଯାତ୍ରାକୁ ଆସୁଥିବା ଶ୍ରଦ୍ଧାଳୁ ତଥା ଯାତ୍ରୀଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କମିଟି ତରଫରୁ ବିଭିନ୍ନ ଅଞ୍ଚଳର ସାଂସ୍କୃତିକ ଦଳମାନଙ୍କୁ ନେଇ ଦିର୍ଘ ୩ ଦିନ ଧରି ଦୁଲକି ଥିଲା ମଣ୍ଡପ । ନୃସିଂହନାଥ ସ୍ଥିତ ମାର୍ଜାର କେଶରୀ ସାଂସ୍କୃତିକ ମଣ୍ଡପଠାରେ ଶେଷ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ତଥା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଭଟଲି ବିଧାୟକ ଇରାଶିସ ଆଚାର୍ଯ୍ୟ, ପଦ୍ମଶ୍ରୀ ହଳଧର ନାଗ, ପଦ୍ମପୁର ପୂର୍ବତନ ଏନଏସି ଚେୟାରମେନ ପ୍ରୀତମ ମେହେର, ସାଂସଦ ପ୍ରତିନିଧି ଗୋବର୍ଦ୍ଧନ ଭୂଏ ଯୋଗ ଦେଇଥିବା ସମ୍ମାନିତ ଅତିଥି ଭାବରେ ମନ୍ଦିର ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟି ଦେବାଶିଷ ସେହ୍ନା, ମନ୍ଦିର ଟ୍ରଷ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଯୋଗଦେଇ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପୂର୍ବକ ଶେଷ ସନ୍ଧ୍ୟାର ସାଂସ୍କୃତିକ ମଞ୍ଚର ଆରମ୍ଭ କରିଥିଲେ । ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଗଡମେଜର ଅନୁଷ୍ଠାନର ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପ୍ରଦର୍ଶିତ କରାଯାଇଥିବା ବେଳେ ପଦ୍ମପୁର ସଙ୍ଗୀତ ସେମିତିର ଡାଲଖାଇ ନୃତ୍ୟ, ଭେଡେନ ଚୁମକୁଚୁମା କଳା ପରିଷଦର ସମ୍ବଲପୁରୀ ନୃତ୍ୟ, ତଥା ପାଇକମାଳ ଯମୁନା କନ୍ଧୁଣୀ ବିଦ୍ୟାଳୟର ଛାତ୍ରୀମାନଙ୍କ ସାଂସ୍କୃତିକ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ସେହିପରି ଶ୍ରୀ ଶ୍ରୀ ନୃସିଂହ ଚରିତ ଓ ମୂଷିକ ଦତ୍ୟ ଦରବାର ଅନ୍ତିମ ଦୃଶ୍ୟ କିପରୀ ମୂଷିକ ଦତ୍ୟ ପାହାଡ ଗୁମ୍ଫାରେ ଆତ୍ମ ଗୋପନ ପାଇଁ ରହିଗଲା ଓ ପ୍ରଭୂ ଶ୍ରୀ ହରି ବିଷ୍ଣୁ ଦତ୍ୟର ସଂହାର ପାଇଁ ମାର୍ଯ୍ୟାର କେଶରୀ ରୂପରେ ପ୍ରତିଷ୍ଠିତ ହେଲେ ତାହା ମଞ୍ଚସ୍ଥ ହୋଇଥିଲା । ତେବେ ଏହି ମନଲୋଭା ସାଂସ୍କୃତିକ ସନ୍ଧ୍ୟାକୁ ଆନନ୍ଦର ସହ ଉପଭୋଗ କରିଥିଲେ ଦର୍ଶକ । ତେବେ ସମାଜ ସେବାରେ ନିଯାର ଅତୁଟ ନିଷ୍ଠା ଓ ଦୃଢ଼ ସଂକଳ୍ପ ପାଇଁ ବରଗଡ଼ ସଂକଳ୍ପ ପାରିବାରର ସଦସ୍ୟ ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିବା ବେଳେ ଶେଷ ସନ୍ଧ୍ୟାରେ ସମସ୍ତଙ୍କ ଠାରୁ ଆଗମୀ ବର୍ଷ ପାଇଁ ବିଦାୟ ନେବା ସହ ମନ୍ଦିର ଟ୍ରଷ୍ଟି ତଥା ପାଇକମାଳ ଏବିଡିଓ ଦେବାଶିଷ ସିହ୍ନା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଓ ସୁଶାନ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.