csstore

ମୁରିବାହାଲ ବ୍ଲକର ବିଭିନ୍ନ ସ୍ଥାନରେ ଚାଲିଥିବା ଚନ୍ଦନଯାତ୍ରା ମହୋତ୍ସବ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଯମୁନା, ବନବାହାଲ, ବାରବନ୍ଧ, ମୁରିବାହାଲ (ଷ୍ଟେସନପଡ଼ା) ତେନ୍ତୁଳିଖୁଣ୍ଟି ଓ ବାହାଡୁକି ସମେତ ବିଭିନ୍ନ ଗ୍ରାମରେ ଦୀର୍ଘ ୬ଦିନ ଧରି ଚାଲିଥିବା ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ଚନ୍ଦନ ଯାତ୍ରା ମହୋତ୍ସବ ସୋମବାର ବୈଶାଖ ପୂର୍ଣ୍ଣିମା ତଥା ବୁଦ୍ଧ ପୂର୍ଣ୍ଣିମାରେ ଉଦ୍‌ଯାପିତ ହୋଇଯାଇଛି । ଏହି ମହୋତ୍ସବରେ ପ୍ରତିଦିନ ମହାଭାରତର ବିରାଟ ପର୍ବ ସମ୍ପର୍କିତ ପୁରାଣ ପଠନ, ନବକେଳି ସାଙ୍ଗକୁ ପ୍ରତିଦିନ ରାତିରେ ଗୁପ୍ତବନବାସ, କିଚକ ବଧ, ଗୋଧନ ହରଣ, ଅଭିମନ୍ୟୁ- ଉତ୍ତରାବାଲି ବିବାହ ପ୍ରଭୃତି ବିରାଟପର୍ବର ପୌରାଣିକ ନାଟକଗୁଡ଼ିକ ମଞ୍ଚସ୍ଥ ହୋଇଥିଲା । ପ୍ରଥମ ଦିନ ପ୍ରତ୍ୟେକ ଗ୍ରାମରେ ମହିଳା ଓ ସଙ୍କୀର୍ତ୍ତନ୍ୟ ସହ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶେଷ ଦିନରେ ବିଧିପୂର୍ବକ ପୂଜାର୍ଚ୍ଚନା, ହୋମ ସହ ରଙ୍ଗ ଅବୀର ଖେଳରେ ରାଧାକୃଷ୍ଣଙ୍କୁ ନଗର ପରିକ୍ରମା କରାଯାଇ ବିସର୍ଜନ କରାଯାଇଥିଲା । ପ୍ରତିଘର ସମ୍ମୁଖରେ ମହିଳାମାନେ ଝୋଟି, ମୁରୁଜ ପକାଇ ବନ୍ଦାପନା କରିବା ସହ ସମସ୍ତେ ବିଭିନ୍ନ ରଙ୍ଗରେ ମସଗୁଲ ହୋଇଥିଲେ । ୩୯ତମ ବର୍ଷରେ ପଦାର୍ପଣ କରିଥିବା ହଳଦୀ ପଞ୍ଚାୟତ ଯମୁନା ଗ୍ରାମରେ ଅନୁଷ୍ଠିତ ଚନ୍ଦନ ଯାତ୍ରାରେ ଗାନ୍ଧୀଲାଲ ମହାକୁର ଓ ତାଙ୍କ ଧର୍ମପତ୍ନୀ ସୌରୀ ମହାକୁର କର୍ତ୍ତା, ଦୁର୍ଯୋଧନ ପାଣିଗ୍ରାହୀ ଓ ପ୍ରେମାନନ୍ଦ ଥନାପତି ପୂଜକ ଦାୟିତ୍ଵରେ ରହିଥିଲେ । ଆୟୋଜକ ଯମୁନା ଗ୍ରାମର ହୃଦାନନ୍ଦ କର୍ଣ୍ଣ, ସୁଶୀଲ ମେର୍ଲି, ବ୍ରଜମୋହନ ମହାକୁର, ମଲିଆ ପଧାନ, ମାର୍କଣ୍ଡ ମହାକୁର, ପରମାନନ୍ଦ ମହାକୁର, ଉଦ୍ରାଧର ମହାକୁର, ନଟବର ମେର୍ଲି, ଦେବେନ୍ଦ୍ର ପଧାନ, ଜେହେରୁ ମହାକୁର, ମଧୁସୁଦନ କର୍ମୀ, ବୁଡୁ ଡ଼ାଙ୍ଗ, ସୁରେଶ ପଧାନ, ଶଙ୍କର୍ଷଣ କର୍ମୀ, ଦିଲ୍ଲୀପ କର୍ଣ୍ଣ, ପ୍ରମେଷ୍ଟି ମହାକୁର, ଭିକୁ ମେର୍ଲିଙ୍କ ସହ ସମସ୍ତ ଯମୁନା ଗ୍ରାମବାସୀ ଓ ଶ୍ରଦ୍ଧାଳୁ ମହିଳାମାନେ ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ । ସେହିପରି ବନବାହାଲ ଗ୍ରାମରେ ବିଶ୍ୱଜିତ କୁଅଁର ଓ ତାଙ୍କ ଧର୍ମପତ୍ନୀ ଶିବାନୀ କୁଅଁର କର୍ତ୍ତା, ଗୁଣନିଧି ପାଣିଗ୍ରାହୀ ଓ ସଦାଶିବ ଦାସ ପୂଜକ ଦାୟିତ୍ଵରେ ଥିଲେ । ଆୟୋଜକ ପୂଜା କମିଟି ସଭାପତି ପ୍ରହଲ୍ଲାଦ ବେହେରା, ଉପସଭାପତି ଗୋପବନ୍ଧୁ ଭୋଇ,ସମ୍ପାଦକ ବସନ୍ତ କୁଅଁର, ରାଜକୁମାର ନାଏକ, କୋଷାଧ୍ୟକ୍ଷ ଗୁପ୍ତେଶ୍ୱର କୁଅଁର, ସୁରେଶ ଧରୁଆ, ଦୀନକୃଷ୍ଣ ବାଗଙ୍କ ସହ ଶ୍ରଦ୍ଧାଳୁ ମହିଳା ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ । ମୁରିବାହାଲ, ଷ୍ଟେସନପଡାରେ ଅନୁଷ୍ଠିତ ଚତୁର୍ଥ ବର୍ଷ ଚନ୍ଦନ ଯାତ୍ରାରେ ତରୁଣ ପୋଢ଼ ଓ ତାଙ୍କ ଧର୍ମପତ୍ନୀ ତପସ୍ଵିନୀ ପୋଢ଼ କର୍ତ୍ତା ଓ ପ୍ରଣବ କୁମାର ଦାସ ପୂଜକ ଦାୟିତ୍ୱ ନିର୍ବାହ କରୁଥିଲେ । ସେହିପରି ଗୁଡିଘାଟ ପଞ୍ଚାୟତ ବାରବନ୍ଧ ଗ୍ରାମରେ ନରେନ୍ଦ୍ର ନାଏକ ଓ ତାଙ୍କ ଧର୍ମପତ୍ନୀ ମେନକା ନାଏକ କର୍ତ୍ତା, ଘାସିରାମ ପାଣିଗ୍ରାହୀ ପୂଜକ ଦାୟିତ୍ଵରେ ଥିବା ବେଳେ ଆୟୋଜକ କମିଟିର ବଳବନ୍ତ ଭୋଇ, ଦେବାର୍ଚ୍ଚନ ନାଏକ, ଦୁର୍ବାସା ସାହୁ, ଲୋକନାଥ ବଘାର, ଅଭି ଖର୍ସେଲ, ଗିରିଧାରୀ ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ । ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସଦର ମହକୁମାରେ କେଶବ ବେହେରା ଓ ପତ୍ନୀ କନକ ବେହେରା କର୍ତ୍ତା, କାଳିନ୍ଦ୍ରି ପାଣିଗ୍ରାହୀ ପୂଜକ ଥିବା ବେଳେ ଆୟୋଜକ କମିଟି ସଭାପତି ହୃଦାନନ୍ଦ ବେହେରା, ସମ୍ପାଦକ ମୃତ୍ୟୁଞ୍ଜୟ ବେହେରା, ଅନ୍ତବଳ ବେହେରା, କମଳ ବେହେରା ଓ ଘନଶ୍ୟାମ ବେହେରାଙ୍କ ସହ ସମସ୍ତ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ସହଯୋଗ କରିଥିଲେ । ବାହାଡୁକିରେ ଚୁଡ଼ାମଣି ନାଏକ ଓ ପତ୍ନୀ ସାବିତ୍ରୀ ନାଏକ କର୍ତ୍ତା, ଜୟପ୍ରକାଶ ଦାସ ପୂଜକ ଓ ଗୌରାଙ୍ଗ ମିଶ୍ର ଗାୟକ ଥିବା ବେଳେ ଗ୍ରାମର ନୀଳମଣି ସାହୁ, ଘନଶ୍ୟାମ ନାଏକ, ଗୁରୁବାରୁ ନାଏକ, ଲକ୍ଷ୍ମଣ ସାହୁ, ଶୁଭ୍ରକାନ୍ତ ସାହୁ, ଡମବୁଢ଼ା ନାଏକ, ଦଶରଥ ପଧାନ,ସୁବ୍ରତ ସାହୁ, ପବିତ୍ର ସାହୁ ଓ ଖମୁ ପରାଭୁଏ ପ୍ରମୁଖଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ । ସେହିପରି ବ୍ଲକ ଅଞ୍ଚଳର ଅନ୍ୟ ଗ୍ରାମଗୁଡ଼ିକରେ ଚାଲିଥିବା ଚନ୍ଦନ ଯାତ୍ରା ମହୋତ୍ସବ ମଧ୍ୟ ବୈଶାଖ ପୂର୍ଣ୍ଣିମାରେ ଉଦ୍‌ଯାପିତ ହୋଇଯାଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.